ରାଜ୍ୟ ନିର୍ବାଚନ କମିଶନଙ୍କ କେନ୍ଦ୍ରାପଡା ଗସ୍ତ

ପଂଚାୟତ ନିର୍ବାଚନ ସମୀକ୍ଷା
କେନ୍ଦ୍ରାପଡ଼ା,୦୮/୦୧/୨୦୨୬(ଓଡ଼ିଶା ସମାଚାର)-ରାଜ୍ୟ ନିର୍ବାଚନ କମିଶନର ମଧୁସୁଦନ ପାଢ଼ୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ପଂଚାୟତ ନିର୍ବାଚନ ୨୦୨୭ ଏବଂ ପୌର ପରିଷଦର ଆଗାମୀ ନିର୍ବାଚନ ଉପରେ ସମୀକ୍ଷା କରିଛନ୍ତି ।

ବାଲାଟ ବକ୍ସ ମହଜୁଦ ଏବଂ ତାହାର ସ୍ଥିତି, ଜିଲାର ଜନସଂଖ୍ୟା ପରିସଂଖ୍ୟାନ, ଅସ୍ଥାୟୀ ବୁଥ୍, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍, ଘରକୁ ଘର ସର୍ଭେ, ପ୍ରାର୍ଥୀ ସଂରକ୍ଷିତ ତାଲିକା, ଭୋଟ ଗଣତି ମତାମତ ସମେତ ଭୋଟର ତାଲିକା, ଭୋଟର ତାଲିକାରେ ନାମ ଯୋଡିବା ଓ କାଟିବା ଇତ୍ୟାଦି ବ୍ୟତୀତ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

ଗୁରୁବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ରଘୁରାମ ଆର. ଆୟାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ପଂଚାୟତ ଅଧିକାରୀ ରମେଶ ପଣ୍ଡା, କେନ୍ଦ୍ରାପଡ଼ା ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସଙ୍କ ସମେତ ଜିଲାର ସମସ୍ତ ବିଡ଼ିଓ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *