ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଯୁବ ଓଡ଼ିଶା-ନବୀନ ଓଡ଼ିଶାର ବିଶ୍ୱ ଓଡ଼ିଆ ଶାସ୍ତ୍ରୀୟ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ଚେତନା ଉପରେ ଆଲୋଚନା

ଭୁବନେଶ୍ୱର,୨୫/୦୧/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବୁଧବାର ଦିନ ବିଶ୍ୱ ଓଡ଼ିଆ ଶାସ୍ତ୍ରୀୟ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ଚେତନା ଉପରେ ୮ ଦିନ ବ୍ୟାପି ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମେ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଫଟୋଚିତ୍ରରେ ପୁଷ୍ପ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପିଲାମାନଙ୍କର ସ୍ୱାଗତ ସଙ୍ଗୀତ ଖୁବ୍ ଉଚ୍ଚକୋଟୀର ହୋଇଥିଲା । ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀ ଅଜୟ କୁମାର ରାଉତ ଜଗନ୍ନାଥଙ୍କୁ ନେଇ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନେ ନିଜର ଐତିହ୍ୟ ଓ ନିଜର ଧର୍ମ ବିଶ୍ୱାସକୁ ପୁଞ୍ଜି କରି ଆଗକୁ ବଢିବାର ମାର୍ଗ ଦେଖାଇଥିଲେ ।
ଭାଷାବିତ୍ ଡ. ସୁବ୍ରତ କୁମାର ପୃଷ୍ଟି ଭାଷାକୁ ନେଇ ସାହିତ୍ୟ ଓ ସମାଜର ଉନ୍ନତି ନିମନ୍ତେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ହାସଲ କରିବା ସେଙ୍ଗ ସେଙ୍ଗ ନିଯୁକ୍ତି ପତ୍ର ଯେପରି ପାଇପାରିବେ, ସେଥିପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ସୃଷ୍ଟି କରିଥିଲେ । ଅନ୍ୟତମ ଭାଷା ଗବେଷକ ଡ. ପ୍ରବୀଣ କୁମାର ମିଶ୍ର ସାହିତ୍ୟ ଓ ଭାଷାକୁ ନେଇ ଏକ ସୁସଂଗଠିତ ମାର୍ଗ ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ସରକାରଙ୍କର ମହତ୍ ଉଦ୍ଧେଶ୍ୟ ସହିତ ସାହିତ୍ୟ ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ସରକାର ପୁରା ପ୍ରୟାସ କରୁଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଏହା ମାଧ୍ୟମରେ ଭାଷା ଓ ସାହିତ୍ୟର ପ୍ରଥମ କରି ଏକ ବିଶ୍ୱ ପରିଚୟ ସୃଷ୍ଟି କରିଛନ୍ତି । କଲେଜର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ରାଉତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ଏହି ପ୍ରତିଯାଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗ ଦେବାକୁ ଆହ୍ୱାନ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଓ ନୋଡ଼ାଲ ଅଫିସର ଡ. ରମେଶ ଚନ୍ଦ୍ର ବେହେରା ସଭାକୁ ପରିଚାଳନା କରି ସାହିତ୍ୟ ମାଧ୍ୟମରେ ସମାଜରେ ପରିବର୍ତନ ପାଇଁ ଅବଜ୍ଞାର ଶବ୍ଦକୁ ବିଲୁପ୍ତ କରିବାକୁ ପରାମର୍ଶ ଦେଇଥିଲେ । ଇତିହାସ ବିଭାଗର ଅଧ୍ୟାପିକା ସସ୍ମିତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିବା ସହିତ ଅଧ୍ୟାପିକା ଅଭିପ୍ସା ପଣ୍ଡା, ଡ. ସ୍ୱାତି ପଟ୍ଟନାୟକ, ଅନିନ୍ଦିତା ରାୟ, ରୀତା ହାଁସଦା, ବିଜୟିନୀ ସାହୁଙ୍କ ସମେତ କଲେଜର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *