ବଡ଼ବିଲ,୧୪/୦୮/୨୦୨୬ (ଓଡ଼ିଶା ସମାଚାର)- ଆଜି ବଡ଼ବିଲ ବିକାଶମହଲ ଠାରୁ ଏକ ବିରାଟ ତୀରଙ୍ଗା ଶୋଭାଯାତ୍ରା ବାହାରି ପୁରା ବଡ଼ବିଲ ସହର ରେ ପରିକ୍ରମା କରିଥିଲା।
ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ରାଷ୍ଟ୍ରୀୟ ଭାବନା ଓ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରା । ଜାତୀୟ ପତାକା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ଛାତ୍ରଛାତ୍ରୀ ଓ ଜନସାଧାରଣ। ‘ହର୍ ଘର୍ ତ୍ରିରଙ୍ଗା’ ଏହି ରାଷ୍ଟ୍ରୀୟ ଭାବନାକୁ ନେଇ ଆୟୋଜିତ ତ୍ରିରଙ୍ଗା ଯାତ୍ରା, ଏକ ବିଶାଳ ଓ ଭବ୍ୟ ରୂପରେ ସହର ପରିକ୍ରମା କରିଥିଲା ।
ଜାତି,ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ଭାରତ ମାତାକୀ ଜୟ ଓ ବନ୍ଦେ ମାତରଂ ଧ୍ବନିରେ ଗୁଞ୍ଜି ଉଠିଥିଲା ପୁରା ଅଞ୍ଚଳ ।ଏହି ଯାତ୍ରା ରେ ବିଜେପି ର ଶ୍ରୀ ଚନ୍ଦ୍ର ପ୍ରସାଦ ଗୁପ୍ତା, ନୀଳମଣି ମହାନ୍ତ, ପରିମଳ ଚାଟର୍ଜୀ ରାମୁ କର୍ମକାର, ଇନ୍ଦ୍ରଜିତ ଯାଦବ ଓ ବଡ଼ବିଲପୌରପାଳିକା ର ନିର୍ବାହୀ ଆଦିକାରୀ ଶ୍ରୀ ରମେଶ ଚନ୍ଦ୍ର ନୟାକ, ସଡିପିଓ ଶ୍ରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ବଡ଼ବିଲ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ଉପସ୍ଥିତ ରହି ଏହି ଭବ୍ୟ କାର୍ଯ୍ୟକ୍ରମ କୁ ସୁଚାର ରୂପେ ତୁଲାଇଥିଲେ । ଅନେକ ସ୍କୁଲ ର ଛାତ୍ର ଛାତ୍ରୀ ଯୋଗ ଦେବାର ଦେଖାଯାଇଥଲା।
