ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନକୁ ସ୍କୁଲ କଲେଜ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ /୦୧/୨୦୨୪ (ଓଡ଼ିଶା ସମାଚାର)-  ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ।

ଏହି କାର୍ୟ୍ୟକ୍ରମ ରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ କୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ସାରା ରାଜ୍ୟ ର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହୁଛି ।

Leave a Reply

Your email address will not be published. Required fields are marked *