ଭୁବନ ୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ରେଙ୍ଗାଳି ବାମ କେନାଲ ବିଭାଜନ ସଂଖ୍ୟା – ୪ ଭୁବନ ଆନୁକୂଲ୍ୟରେ ସେଚାଞ୍ଚଳ କୃଷକ ତାଲିମ କେନ୍ଦ୍ର ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଭୁବନ ଡିଭିଜନ ୪ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ଦୁଃଖୁ କିସ୍କି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ,ଚାଷୀ ମାନଙ୍କ ସଂଗଠନ ପାଣି ପଞ୍ଚାୟତ । ତଳ ମୁଣ୍ଡ ଚାଷୀ କିଭଳି ପାଣି ପାଇବେ ସେଥି ପାଇଁ ଜଳସଂପଦ ବିଭାଗ ର ଚେଷ୍ଠା ରହିବା ଆବଶ୍ୟକ । ବିଶେଷଜ୍ଞ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ( ୱାଲମି)ର ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରୋଜେକ୍ଟ ପରିଚାଳନା ଉପଦେଷ୍ଟା ଇଂ ଯୁଗଳ କିଶୋର ତ୍ରିପାଠୀ, ଯାଜପୁରରୋଡ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ମାରାଣ୍ଡି ,ଭୁବନ ବ୍ଲକ ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସିଲାରାଣୀ ସାହୁ ଯୋଗ ଦେଇଥିଲେ।
କେନ୍ଦ୍ରୀୟ କମିଟି ଗଠନ, ଶୀର୍ଷ କମିଟି ଗଠନ, ତଳ ମୁଣ୍ଡ ପର୍ଯ୍ୟନ୍ତ କେନାଲ ଖନନ, କାଡ଼ା କେନାଲ ନିର୍ମାଣ, ସମସ୍ତ ପାଣି ପଞ୍ଚାୟତକୁ ମେସିନାରି ପ୍ରଦାନ ଇତ୍ୟାଦି ବିଷୟରେ ଚାଷୀ ପ୍ରତିନିଧି ମାନେ ଅଭିଯୋଗ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସୁକିନ୍ଦା – ଭୁବନ ପାଣି ପଞ୍ଚାୟତ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭୂବନ କୃଷକ ସମାଜ ପୂର୍ବତନ ସଭାପତି ବାସୁଦେବ ଗୁରୁ , ମା ଚର୍ଚ୍ଚିକା ପାଣି ପଞ୍ଚାୟତ ଅଗ୍ରଣୀ ଚାଷୀ କୌଳସ ଜେନା,ହନୁମାନ ପାଣି ପଞ୍ଚାୟତ ସଭାପତି ସଞ୍ଜୟ ଦାସ ଉଦବୋଧନ ଦେଇଥିଲେ ।
ସହକାରୀ ନିର୍ବାହୀ ଯନ୍ତ୍ରୀ ସେଙ୍ଗଲ ସିଂ, ସିଦୁବ ସରେନ, ମନୋଜ କୁମାର ବାଗେ ସମେତ କନିଷ୍ଠ ଯନ୍ତ୍ରୀ ବୁବୁ ସାହୁ,ତରଣୀସେନ ରାଉଳ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
