ସାଲେପୁର ୦୬/୦୧/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶନନଗର ତହସିଲ ଅଧିନସ୍ଥ ପୁରୁଣାହାଟ ପଞ୍ଚାୟତରେ କଟକ ଜିଲ୍ଲା ଗ୍ରାମୀଣ ବିଜେପି ସମ୍ପାଦକ ଓ ଉପ ସଭାପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନୂତନ ଭାବେ କଟକ ଜିଲ୍ଲା ଗ୍ରାମୀଣ ସାଧାରଣ ସମ୍ପାଦକ ଯୁବ ସମାଜସେବୀ ସନ୍ତୋଷ କୁମାର ରାଉତ ଓ ଉପ ସଭାପତି ତ୍ରିଲୋଚନ ପାତ୍ର ଦାୟିତ୍ୱ ଗ୍ରହଣ କରିଥିବାରୁ ସମ୍ବର୍ଦ୍ଧନା ଉତ୍ସବ ପୁରୁଣାହାଟ ପଞ୍ଚାୟତ ବିଜେପି ପକ୍ଷରୁ ଆୟୋଜିତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସାଲେପୁର ନିକଟ ଶିଶୁଆ ବଜାର ନିକଟରୁ ମୋଟର ସାଇକେଲ ଶୋଭାଯାତ୍ରାରେ ଶତାଧିକ କର୍ମୀ ସମ୍ପାଦକ ଓ ଉପ ସଭାପତିଙ୍କୁ ପାଛୋଟି ଆଣିଥିଲେ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସାଧାରଣ ସମ୍ପାଦକ ଓ ଉପସଭାପତି ପୁରୁଣାହାଟ ପଞ୍ଚାୟତର ଗ୍ରାମ ଦେବତୀଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ। ପଞ୍ଚାୟତର ବରିଷ୍ଠ ବିଜେପି କାର୍ଯ୍ୟକର୍ତା, ବୁଦ୍ଧିଜୀବି ବର୍ଗ ସାଧାରଣ ସମ୍ପାଦକ ଓ ଉପସଭାପତିଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯୁବ ନେତା ତଥା ଦକ୍ଷ ସଂଗଠକ ସୋଗଲ ନିବାସୀ ସନ୍ତୋଷ କୁମାର ରାଉତ ଅଧୁନା ସାମାଜିକ ସଂଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଏବଂ ସମ୍ପୂର୍ଣ୍ଣା ମିଡ଼ିଆର ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ରହି ବହୁବିଧ ସମାଜସେବାରେ ବ୍ରତୀ ଅଛନ୍ତି ।
