ଭୁବନେଶ୍ୱର,୧୦/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଥାୟୀ ମିଠାପାଣି ମାଛ ଚାଷକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ “ପଣ୍ଡ ଟୁ ପ୍ରସ୍ପେରିଟି” (Pond to Prosperity) ନାମକ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ନ୍ୟାସନାଲ ଫ୍ରେଶଓଟର ଫିଶ ବ୍ରୁଡ୍ ବ୍ୟାଙ୍କ (NFFBB), କୌଶଳ୍ୟଗଙ୍ଗା, ଭୁବନେଶ୍ୱର ଓ ଏକତା ଟ୍ରଷ୍ଟ – ଦି ପାୱର ଅଫ୍ ୟୁନିଟି ଙ୍କ ସହଯୋଗରେ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି — ସମୁଦାୟ ଭିତ୍ତିକ ଜଳଚାଷକୁ ବିସ୍ତାରିତ କରି ପୋଷଣ ସୁରକ୍ଷା, ମହିଳା ସଶକ୍ତିକରଣ, ଆୟ ବୃଦ୍ଧି, ଉତ୍ତମ ପରିଚାଳନା ପ୍ରଚଳନ ଓ ପରିବେଶ ଉନ୍ନତିକୁ ନିଶ୍ଚିତ କରିବା।
ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଡ଼. ନଗେଶ କୁମାର ବାରିକ, ପ୍ରିନ୍ସିପାଲ ସାଇଣ୍ଟିଷ୍ଟ, ICAR–CIFA ଓ ଶ୍ରୀମତୀ ପ୍ରଜ୍ଞା ଋତମ୍ଭରା ସ୍ୱାଇଁ, OIC, NFFBB ଙ୍କ ହସ୍ତେ ହୋଇଥିଲା।
ଅତିଥି ଭାବେ ଶ୍ରୀ ରବି ମହାରଣା, ଜାତୀୟ ପୁରସ୍କାରପ୍ରାପ୍ତ ଓ ମ୍ୟାନେଜିଂ ଟ୍ରଷ୍ଟି ଏକତା ଟ୍ରଷ୍ଟ ଏବଂ ଇଂ. ଦିପ୍ତିରେଖା ପଟ୍ଟନାୟକ, ଅଧ୍ୟକ୍ଷ, ଏକତା ଟ୍ରଷ୍ଟ ଉପସ୍ଥିତ ଥିଲେ।
ସମ୍ପଦ ସଜୋଗୀ (Resource Persons) ଭାବେ —ଶ୍ରୀ ନର୍ସିଂ ମୁଣ୍ଡ, ଉପ ନିର୍ଦ୍ଦେଶକ, ମାଛ ଚାଷ, ପୁରୀ ଅଞ୍ଚଳ, ମାଛ ଚାଷ ବିଭାଗ, ଓଡ଼ିଶା ସରକାର। ଶ୍ରୀ ପ୍ରତାପ ଚନ୍ଦ୍ର ଦାଶ, ଡିଏଫଓ, ରାଜ୍ୟ ମାଛ ଚାଷ ଖେତ, କୌଶଳ୍ୟଗଙ୍ଗା।

କାର୍ଯ୍ୟକ୍ରମରେ ମହିଳା ମାଛ ଚାଷୀମାନେ ଅଂଶଗ୍ରହଣ କରି ସ୍ଥାୟୀ ଜଳଚାଷ ଓ ଆୟ ବୃଦ୍ଧି ସମ୍ପର୍କିତ ନୂତନ ପ୍ରକ୍ରିୟା ବିଷୟରେ ଅଭିଜ୍ଞତା ଅଧିଗତ କଲେ ।
