ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଉପଲକ୍ଷେ ତୁଷାର ଚାରିଟେବୁଲ ଷ୍ଟ୍ରଷ୍ଟ ଏବଂ ମା’ ସୁନାଦେଈ ୱାର୍କର୍ସ କ୍ଲବର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ୱାର୍ଡ଼ ନଂ-୨୮ ଅନ୍ତର୍ଗତ ନୟାପଲ୍ଲୀ ସବରସାହିର ମୁରବୀଙ୍କ ସମେତ ୧୫୦ରୁ ଉଦ୍ଧ୍ୱର୍ ଅସହାୟ ଲୋକଙ୍କୁ କମ୍ବଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନାରାମ ସିଂହ, ସଂଗ୍ରାମ ଜେନା, ମନୋଜ ବେହେରା, ନବୀନ ବେହେରା, ସମ୍ପାଦକ ବିବେକାନନ୍ଦ ବାରିକ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ଓଡ଼ିଶାକୁ ଏକନମ୍ବର ରାଜ୍ୟରେ ପରିଣତ କରିବାକୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ସାମ୍ପ୍ରତିକ ପରିସ୍ଥିତିରେ ଭୁବନେଶ୍ୱରର ବିଭିନ୍ନ ବସ୍ତି ସମେତ ରାସ୍ତାକଡ଼ରେ ହାଡ଼ଭଙ୍ଗା ଶୀତ ଓ କାକରରେ ରାତି୍ରଯାପନ କରୁଥିବା ଗରିବ, ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ କମ୍ବଳ ବଂଟନ କରାଯାଇଥାଏ । ଚଳିତବର୍ଷ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଅବସରରେ ଅସହାୟ ଲୋକମାନଙ୍କୁ କମ୍ବଳ ବଂଟନ କରିବା ଫଳରେ ଏହି ଅସହାୟ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହିତ ତାଙ୍କୁ ଆଶୀର୍ବାଦ କରିଥିଲେ ବୋଲି ଶ୍ରୀ ବାରିକ କହିଛନ୍ତି ।
