ଦୁର୍ବଳ, ଜନମାରଣ, ଅସହାୟ ଓ ପ୍ରତାରଣାର ବଜେଟ : ପିସିସି ସଭାପତି

ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦୁର୍ବଳ, ଜନମାରଣ , ଅସହାୟ ଓ ପ୍ରତାରଣାର ବଜେଟ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।ଓଡ଼ିଶା ସରକାର ଏହି ଆଠ ମାସ ଭିତରେ ଅନ୍ୟୁନ ୪୪୪୦୦କୋଟି ଟଙ୍କାର ରୁଣହାର ବୃଦ୍ଧିକରି ରାଜ୍ୟ ବାସୀଙ୍କୁ ରୁଣଯନ୍ତାରେ ହନ୍ତସନ୍ତ କରିଛନ୍ତି। ରାଜ୍ୟକୁ ରୁଣ ଯନ୍ତାରେ ତ୍ରସ୍ତକରି ରାଜ୍ୟ ର ସମ୍ପୂର୍ଣ୍ଣ ବିକାଶ କରିବା ଅସମ୍ଭବ୍। ଦଶଟି ଆଦିବାସୀ ଜିଲ୍ଲାରେ ଆଞ୍ଚଳିକ ବୈଷମ୍ୟତାକୁ କମାଇବାରେ ରାଜ୍ୟସରକାର ଅକ୍ଷମ।

ଉକ୍ତ ଜିଲ୍ଲାର ଜନସାଧାରଣଙ୍କ ଜୀବନର ମାନକୁ ବୃଦ୍ଧିକରିବାରେ ବଜେଟ୍ ରେ ଆନ୍ତରିକତା କମ୍. ମିଶନଶକ୍ତିର ମାଆ ଓ ଭଉଣୀଙ୍କ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରାଯାଇଛି । କ୍ଷୁଦ୍ର ମଧ୍ୟମ ଶିଳ୍ପ, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଦ୍ରୁତ ହାରରେ ନିମ୍ନଗାମୀ ହୋଇଛି । ସୁଭଦ୍ରା ଯୋଜନା, ଶ୍ରୀଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟୟବରାଦ କମ କରିବା ଶୁଭ ସଂକେତ ନୂହେଁ। ଏହି ବଜେଟ୍ ରେ ଆତ୍ମବିଶ୍ଵାସ କମ୍ ମାତ୍ର ଆତ୍ମପ୍ରଚାର ଅଧିକ ରହିଛି। ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି।

ରାଜ୍ୟର ମୁଦ୍ରାସ୍ଫୀତି୬.୫ % ରେ ପହଁଞ୍ଚିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ରୋଜଗାର ସ୍ରୁଷ୍ଟିକରିବା ଓ ବେକାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିଲାଗି ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଉପରେ ଆଖିଦୃଶିଆ ପଦକ୍ଷେପ ନନେବା ପ୍ରମାଣିତ କରୁଛିଯେ ରାଜ୍ୟ ବଜେଟ ଜନ ବିରୋଧୀ ଓ ଦୁର୍ବଳ ବଜେଟ୍। ପ୍ରତ୍ୟକ କ୍ଷେତ୍ରରେ ରାଜ୍ୟସରକାର କେନ୍ଦ୍ରଠାରୁ ସହାୟତା ନେବାରେ ଓ କେନ୍ଦ୍ରସରକାର ସହାୟତା ପ୍ରଦାନ କ୍ଷେତ୍ରରେ ଆନ୍ତରିକତା ଦେଖାଇ ନାହାନ୍ତି।ଉଭୟ ଡବଲ୍ ଇଞ୍ଜିନ ସରକାର ଓଡ଼ିଶା ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶକରିଛନ୍ତି।

Leave a Reply

Your email address will not be published. Required fields are marked *