ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଘଟଗାଁ,୦୫/୦୧/୨୦୨୬ (ଓଡ଼ିଶା ସମାଚାର /ଚନ୍ଦ୍ରଶେଖର ସାହୁ )- ଘଟଗାଁର ସରକାରୀ ଓ ବେସରକାରୀ ଲୋକଙ୍କୁ ନେଇ ଗଠିତ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।

ତହସିଲଦାର ଚାରୁଲତା ସିଂଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ୍ୟ ଯଦୁମଣି ନାଏକ,ବିଡ଼ିଓ ଖଗେଶ୍ୱର ବରାଳ,ଘଟଗାଁ ରେଞ୍ଜ ଅଫିସର ସରୋଜ କୁମାର ମିଶ୍ର,ଏବିଡ଼ିଓ ଚିତ୍ତରଞ୍ଜନ ନାୟକଙ୍କ ସମେତ ଅବସ୍ଥାପିତ ବିଭିନ୍ନ ବିଭାଗର ଅଧିକାରୀ ବରିଷ୍ଟ ନାଗରିକ, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ଶିକ୍ଷାନୁଷ୍ଟାନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ସାଧାରଣତନ୍ତ୍ର ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ମତାମତ ଦେଇଥିଲେ।

ବୈଠକ ନିଷ୍ପତ୍ତି ଅନୁଯାୟୀ ଉକ୍ତ ଦିବସର ପ୍ରତ୍ୟୁଷରେ ରାମଧୁନ ପରିବେଷଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ,ସମ୍ମିଳିତ ପ୍ୟାରେଡ଼ରେ ଅଭିଵାଦନ ଗ୍ରହଣ, ଦେଶାତ୍ମ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗୀତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ,ମିଷ୍ଟାନ୍ନ ବଣ୍ଟନ, ବୃକ୍ଷରୋପଣ, ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବ। ବୈଠକ ଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *