ନିଶ୍ଚିନ୍ତକୋଇଲି,୦୬/୧୦/୨୦୨୫(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଶ୍ରୀଶ୍ରୀ ଶକ୍ତିଶ୍ୱର୍ ପୀଠ ଠାରେ ସୁସାହିତି୍ୟକ, ଲେଖକ, କବି, ଆଧ୍ୟାତ୍ମିକ ଚେତନାର ଅଧିକାରୀ, ବହୁ ଅନୁଷ୍ଠାନର ସ୍ରଷ୍ଟା, ବିଶିଷ୍ଟ ରାଜନୀତିଜ୍ଞ, ଶିକ୍ଷାବିତ୍, ଏ ମାଟିର କୃତି ସନ୍ତାନ, ପ୍ରାକ୍ତନ ମନ୍ତ୍ରୀ ଅଧ୍ୟାପକ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ୮୫ତମ ଜୟନ୍ତୀ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।
ପ୍ରାକ୍ତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ବ୍ଲକ୍ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା, ପ୍ରାକ୍ତନ ସହକାରୀ ଶିକ୍ଷାଧିକାରୀ ନାରାୟଣ ଚନ୍ଦ୍ର ରାଉତ, ଅଭିରାମ ମଲ୍ଲ, ଜଗବନ୍ଧୁ ରାଉତ, ସତ୍ୟ ସାରଥି ବେହେରା, ପରମାନନ୍ଦ ପ୍ରଧାନ, ଜଗନ୍ନାଥ୍ ସ୍ୱାଇଁ, ଯଚିନ୍ଦ୍ରନାଥ ଜେନା, ବଟକୃଷ୍ଣ ବେହେରା, ନନ୍ଦ କିଶୋର ରାଉତ, ରାଜେନ୍ଦ୍ର ବାରିକ, ସନ୍ତୋଷ କୁମାର ରାଉତ, ପ୍ରଭଞ୍ଜନ ଦାଶ, ଉତମ ଚରଣ ମଲ୍ଲିକ, ବ୍ରଜବନ୍ଧୁ ପ୍ରଧାନ, ଘନଶ୍ୟାମ ପାଢ଼ୀ, ବାବୁଲି ରାଉତ ରାୟ, ଜ୍ୟୋତିରଂଜନ ନାୟକ, ରଘୁନାଥ ବାରିକ, ସନ୍ତୋଷ ସାମଲ, ବଟକୃଷ୍ଣ ଦାସ, ଶୁଭାଶିଷ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।
