୩୦ତମ ରାଜ୍ୟସ୍ତରୀୟ ନିମାପଡା କପ କ୍ରିକେଟ

ସେମିରେ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ସେମିରେ

ନିମାପଡ଼ା,୦୫/୦୧/୨୦୨୬ (ଓଡ଼ିଶା ସମାଚାର)-ଆଥ୍‌ଲେଟିକ୍ ଆସୋସିଏସନ୍ ଦ୍ବାରା ନିମାପଡ଼ା ବାରବାଟୀ ପଡ଼ିଆରେ ଅନୁଷ୍ଠିତ ୩୦ତମ ତାପସ ମେମୋରିଆଲ୍ ନିମାପଡ଼ା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି  ଅନୁଷ୍ଠିତ ହୋଇଯାଛି।ଦ୍ୱିତୀୟ ଦିନରେ ସୋଲାର  କ୍ରୀକେଟ କ୍ଲବ,କଟକ ସହିତ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର   ମଧ୍ୟରେ ଅନୁଷ୍ଠିତ ହୋଇଛି।   ପ୍ରଥମେ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର  ୨୫ ଓଭରରେ  ରଘୁନାଥ ମଲ୍ଲ ୯୪ ରନ୍ କରି ସାତ  ଓ୍ବିକେଟ ହରାଇ ୨୨୫ ରନ୍ କରିଥିବାବେଳେ ଦ୍ବିତୀୟ ଇନିଂସିରେ ସୋଲାର କ୍ରୀକେଟ କ୍ଲବ ରନ୍ ପିଛା କରି ମହୋକିନ୍ ସେକ୍ ୫୯ କରି ୭ ଟି ୱିକେଟ୍ ହରାଇ ୧୫୮ ରନ୍ କରି ଶେଷରେ ୬୭ ରନ୍ ପରାଜୟ କରିଥିଲେ।

ମ୍ୟାନ ଅଫ ଦି ମ୍ୟାଚକୁ ରଘୁନାଥ ମଲ୍ଲକୁ  ଅତିଥି ନିମାପଡ଼ା ଏଚ୍ ଡିଏଫସି ବ୍ୟାଙ୍କର ପରିଚାଳକ  ଆଲୋକ କୁମାର ବାରିକଙ୍କଦ୍ଵାରା ପୁରସ୍କାର ଦିଆଯାଇଥିଲା। ଆଜିର ମ୍ୟାଚରେ ଆଥଲେଟିକ ଆସୋସିଏସନ ସଭାପତି ଅକ୍ଷୟ କୁମାର ବେହେରା ସଭାପତିତ୍ବରେ  ଅତିଥି ରୂପେ  ବ୍ରଜେଶ ମିଶ୍ର, ବିକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ  ନିର୍ମଳ ମିଶ୍ର ଓ ଦେବେନ୍ଦ୍ର ମିଶ୍ର  ପରିଚାଳନା କରିଥିଲାବେଳେ ସ୍କୋରିଙ୍ଗି କରିଥିଲେ ଆନିଶ୍ ପ୍ରଧାନ ଓ ଆନନ୍ଦ ପ୍ରସାଦ ମଲ୍ଲିକ । ଆସନ୍ତାକାଲିର ପ୍ରଥମ ସେମିଫାଇନାଲରେ ପୁରୀ ପୟୋନୀୟର କ୍ଲବ ସହିତ  ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର  ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *