ଗରଦପୁର, ୨୬/୫/୨୦୨୪ (ଓଡ଼ିଶା ସମାଚାର)-କୁଦାନଗରୀ ଥାନା ଅନ୍ତର୍ଗତ କୁଦାନଗରୀ ଠାରେ ଗତକାଲି ସନ୍ଧ୍ୟାରେ ନଳିନୀପ୍ରଭା ଦାସ (୩୦) ର ଯୁବକଙ୍କୁ ଛୁରାମଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇ ଚିକିତ୍ସିତ କରାଯାଉଛି । କୁଦାନଗରୀ ଥାନାରେ ଏ ବାବଦରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ସାନ ବେତରା ଗ୍ରାମର ନୃସିଂହ ମଲିକ୍ ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ଙ୍କ ସହିତ ଆସି କୁଦାନଗରୀ ରେ ବସି କଥା ହେଉଥିଲେ । ଏହି ସମୟରେ ମଧୁ ଶାସନ ଗ୍ରାମର ନଳିନୀପ୍ରଭା ଦାସ ସେଠାରେ ପହଂଚି କାହିଁକି ବସି କଥା ହେଉଛ ବୋଲି କହି ତାଙ୍କ ସହିତ ଯୁକ୍ତି ତର୍କ କରିଥିଲା । ଯୁକ୍ତି ତର୍କ ଅଧିକ ବଢ଼ିବାରୁ ନୃସିଂହ ପାଖରେ ରଖିଥିବା ଏକ ଛୁରୀରେ ନଳିନୀ ପେଟକୁ ଭୁଷିଦେଇଥିଲା । ନଳିନୀକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ମେଡ଼ିକାଲକୁ ନେଇଥିଲେ । ସେଠାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଥାନାରେ ମାମଲା ରୁଜୁ କରିବା ସହିତ କୁଦାନଗରୀ ପୋଲିସ ସାନ ବେତରା ଗ୍ରାମକୁ ଯାଇ ନୃସିଂହକୁ ଆଣି ଥାନାରେ ଅଟକ ରଖିଛି । କୁଦାନଗରୀ ଥାନା ଆଇଆଇସି ଅମ୍ବିକା ଦାସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି ।