କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତିର ପୌଷ ପୂର୍ଣ୍ଣିମା ଉତ୍ସବ

କଟକ,୦୫/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ମାରୁତି ମଣ୍ଡପ ପକ୍ଷରୁ ପୌଷପୂର୍ଣ୍ଣିମା ଉତ୍ସବ ଚୌଧୁରୀବଜାର ସ୍ଥିତ ଦୁର୍ଗାମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ଜୟଦୂର୍ଗା ରାମଲୀଳା ସମିତି ଚୌଧୁରୀବଜାର ଆନୁକୂଲ୍ୟରେ ଓ ଶ୍ରୀଶ୍ରୀ ଦୁର୍ଗା ପଞ୍ଚାୟତ କମିଟି ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ଅନୁଷ୍ଠିତ ଉତ୍ସବରେ ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂହ ସଭାପତିତ୍ୱ କରିଥିଲେ ।

ସମିତିର ସଭାପତି ଚୌଧୁରୀ କାଶୀନାଥ ମଲ୍ଲିକ ସଭା ପରିଚାଳନା କରିଥିଲେ । ଲୋକ ସମ୍ପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସ୍ୱାଇଁ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, କାଳନ୍ଦି ନାରାୟଣ ମଲ୍ଲିକ, ପ୍ରଦୀପ ସେନାପତି, ଲକ୍ଷ୍ମୀନାରାୟଣ ମଲ୍ଲିକ, କେଶବ ଚନ୍ଦ୍ର ଜେନା, ସୁବାସ ଚନ୍ଦ୍ର ମୁଖି, ହରିଶ୍ଚନ୍ଦ୍ର ଦେ, ଭାଗ୍ୟଧର ବାରିକ, ଜିତୁ ବାରିକ, ବୃନ୍ଦାବନ କବି, ସରସ୍ୱତୀ ବେହେରା, କିଶୋର ପୃଷ୍ଟି, ସୁକାନ୍ତ ବିଶୋଇ, ପୁରୀଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଶୁଭେନ୍ଦୁ ପ୍ରଧାନ, ଲିଙ୍ଗରାଜ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଉପସଭାପତି ନଳିନ କୁମାର ସେନାପତି ରାମଧୁନ ଗାନ କରିଥିଲେ ।

Leave a Reply

Your email address will not be published. Required fields are marked *