କେନ୍ଦ୍ରାପଡ଼ା,୦୪/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚୟତ ଖେଳପଡିଆରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ଆନୁକୂଲ୍ୟରେ ମଣିବାବା କ୍ରିକେଟ ଟୁର୍ଣ୍ଣାମେଂଟ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ୧୦ଟିମ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ହଳଦୀଡିହ ର ମଣିବାବା କ୍ରିକେଟ କ୍ଲବକୁ ହରାଇ ଚମ୍ପିୟନ ହୋଇଛି ।
ପୁରସ୍କାର ବିତରଣୀ ଉତ୍ସବରେ କଂସାରେ ସରପଂଚ ସରୋଜିନୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ସମିତିସଭ୍ୟ ସରୋଜରଞ୍ଜନ ଜେନା, ପୂର୍ବତନ ସରପଂଚ ରବୀନ୍ଦ୍ରନାଥ ପଣ୍ଡା, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡସଭ୍ୟ ଦେବେନ୍ଦ୍ର ଜେନା, ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ଅଗଣି ଚରଣ ରାଉତ, ସରପଂଚଙ୍କ ପ୍ରତିନିଧି ମନୋଜ ନାୟକ, ବବୁଲ ଜେନା, ବିଷ୍ଣୁପଦ ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
