୬୮ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଘାଟିତ।

ଯାଜପୁର ୦୩/୧୦/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ସ୍କୁଲ ଓ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ (୧୪ ବର୍ଷ ରୁ ୧୭ ବର୍ଷ ବାଳକ ବାଳିକା ମାନଙ୍କର) ପ୍ରତିଯୋଗିତା – ୨୦୨୪ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ତା ୦୨.୧୦.୨୦୨୪ ରିଖ ଠାରୁ ତା ୦୫.୧୦.୨୦୨୪ ରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୭୭୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ପ୍ରାରମ୍ଭରେ ମୁଖ୍ୟ ଅତିଥି ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କ୍ରୀଡା ପତାକା ଉତ୍ତୋଳନ କରି କହିଲେ ଯାଜପୁର ଜିଲ୍ଲାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଥିବା ଆମ ପାଇଁ ଗୌରବର ବିଷୟ। ଏହି ପ୍ରତିଯୋଗିତା ପିଲାଙ୍କ ଭିତରେ ଥିବା ଲୁକାୟିତ କ୍ରୀଡା ପ୍ରତିଭା କୁ ବିକଶିତ କରିବ।ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଶ୍ରୀ ଜ୍ୟୋତି ପ୍ରସାଦ ପରିଡା, ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ ଭାବେ ଯୋଗଦେଇ କ୍ରୀଡାର ଉପକାରିତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଉଦଘାଟନି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଅଧ୍ୟକ୍ଷତା କରିଥିଲେ।ଏହି ପ୍ରତିଯୋଗିତା ରେ ବ୍ୟାଡ଼ମିଣ୍ଟନ କ୍ରୀଡାରେ ୧୪ ବର୍ଷରୁ କମ ୯୪ ବାଳକ ଓ ୫୬ ଜଣ ବାଳିକା ଅଂଶଗ୍ରହଣ କରିଥିବା ବେଳେ ୧୭ ବର୍ଷରୁ କମ ୧୨୮ ବାଳକ ଓ ୧୦୫ ବାଳିକା ଭାଗ ନେଇଛନ୍ତି।ସେହିପରି ହ୍ୟାଣ୍ଡ ବଲ ପ୍ରତିଯୋଗିତା ରେ ୧୪ ବର୍ଷ ରୁ କମ ୨୯ ଜଣ ବାଳକ ଓ ୨୦ ଜଣ ବାଳିକା ଭାଗ ନେଇଥିବା ବେଳେ ୧୭ ବର୍ଷ ରୁ କମ ବର୍ଗରେ ୨୦୬ ଜଣ ବାଳକ ଓ ୧୩୫ ଜଣ ବାଳିକା ଅଂଶଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *