କୋଠପଦାରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ, ମଧୁପୁର ବିଜୟୀ

ମାହାଙ୍ଗା ୧୧/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୋଠପଦା ମିନି ଷ୍ଟାଡିୟମରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ୮ ଗୋଟି ଭଲି ଟିମ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ । ୨0 ବର୍ଷରୁ କମ ବୟସର ଖେଳାଳୀ ମାନଙ୍କୁ ଏହି ମ୍ୟାଚ ଖେଳିବା ପାଇଁ ଅନୁମତି ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବରେ କୁଣ୍ଡି କୃଷି ସମବାୟ ସମିତିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ମଧୁପୁର, ଜୟୀପୁର,ମାହାଙ୍ଗା, କୁଣ୍ଡି, କଟକ ଏବଂ କୋଠପଦା ଅଂଚଳର ବିଭିନ୍ନ ଭଲି ଟିମ ଏହି ଖେଳରେ ଅଂଶଗ୍ରହଣ  କରିଥିଲେ । ଫାଇନାଲ ମ୍ୟାଚ ଜୟୀପୁର ବନାମ ମଧୁପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜୟୀପୁର ଟିମ ମାତ୍ର ଗୋଟିଏ ସେଟ ବିଜୟୀ ହୋଇଥିବା ବେଳେ ମଧୁପୁର ୨ଟି ବାଜି ଜିତିବାରେ ସଫଳ ହୋଇଥିଲା । ରୁରାଲ ଆଥେଲେଟିକ ଆସୋସିଏସନ କୋଠପଦା ଏବଂ ରୟାଲ ଷ୍ଟାର ଭଲି ଟିମ କୋଠପଦାର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।

   ମଧୁପୁର ଟିମକୁ ଚାମ୍ପିଆନ ଟ୍ରଫି ଓ ନଗଦ ଅର୍ଥରାଶି ଏବଂ ଜୟୀପୁର ଟିମକୁ ରନର୍ସ ଅପ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା ।  ଶ୍ରେଷ୍ଠ ଖେଳାଳୀ ଭାବେ ସରିଫ ଅଲ୍ଲୀ ଏବଂ ଲଳିତ କୁମାର ବାରିକ ପୁରସ୍କୃତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ସାମାଜିକ କର୍ମୀ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସଂଗଠକ ନିରଞ୍ଜନ ମୁଦୁଲି, ଶିକ୍ଷକ ଯତୀନ୍ଦ୍ର ନାଥ ଦାସ, ପୋଲିସ କର୍ମୀ ଅଭୟ କୁମାର ବାରିକ, କ୍ରୀଡା ସଂଗଠକ ଜିତେନ୍ଦ୍ର ମହାନ୍ତି,ସୁଶାନ୍ତ ନନ୍ଦ, ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ଘଡେଇ, କେଦାରେଶ୍ୱର ପୁହାଣ, ଜଗନ୍ନାଥ ପଣ୍ଡା, ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ, ଦୀପକ ଦାସ, ସୂର୍ଯ୍ୟମଣି ଧଳ, ମନୋଜ ଜେନା, ବିଜୟ ପୃଷ୍ଟି, ପ୍ରମୁଖ ଉପସ୍ଥିତ ଥିଲେ ।

  ଏହି ଦିବାରାତ୍ର ଭଲିବଲ ପ୍ରତିଯୋଗିତାକୁ ଗୌତମ ସାମଲ, ସୁରେନ୍ଦ୍ର ମଲ୍ଲିକ, ତ୍ରିଲୋଚନ ଜେନା, ଚନ୍ଦ୍ରମଣି ଜେନା, ଶଙ୍କର ମଲ୍ଲିକ, ପବିତ୍ର ଜେନା, ରତିକାନ୍ତ ସାହୁ, ରୁଦ୍ର ନାରାୟଣ ସ୍ୱାଇଁ, ହରେକୃଷ୍ଣ ମଲ୍ଲିକ, କୈଳାଶ ଜେନା, ଦାଶରଥି ମଲ୍ଲିକ, ସନ୍ତୋଷ ମଲ୍ଲିକ ଏବଂ ରଞ୍ଜନ ଜେନା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *