କଟକ ସଦର ,୦୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସିଏମସି ତିନିଘରିଆ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଆଜି ରବିବାର ଦିନ ବିଶ୍ବହିନ୍ଦୁ ପରିଷଦ ଧର୍ମ ପ୍ରସାର କଟକ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଓ ଶ୍ରୀମଦ ଭଗବତ ଗୀତା ସଂଘମ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ମୂଖ୍ୟ ଉଦ୍ୟୋକ୍ତା ସୁଧିର ପ୍ରସାଦ ନନ୍ଦ ଙ୍କ ପୈ।ରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସତ୍ୟ ଚେତନ ମହାରାଜ, ପାତଞ୍ଜଳି ଯୋଗ କେନ୍ଦ୍ର କଟକ ଜିଲ୍ଲା ମୂଖ୍ୟ ସତ୍ୟରଞ୍ଜନ ସତପଥି ଯୋଗ ଦେଇଥିବା ବେଳେ ପଣ୍ଡିତ ହୃଦାନନ୍ଦ ହୋତା, ପଣ୍ଡିତ ଶାରଦା ପ୍ରସାଦ ନନ୍ଦ, ହୃଷିକେଶ ପଣ୍ଡା, ରାମକୃଷ୍ଣ ସତପଥି, ସଂଜିବ କୁମାର ମୁଣ୍ଡ, ଅମୀୟ କୁମାର କର, ବସନ୍ତ କୁମାର ପଣ୍ଡା ପ୍ରମୁଖ ହଵନ କାର୍ଯ୍ୟ ସମ୍ପାଦନ କରିଥିଲେ।
ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶତାଧିକ କିଶୋର କିଶୋରୀମାନଙ୍କ ଗୀତା ପଠନ ବେଶ୍ ଉପଭୋଗ୍ୟ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲିପ ମଲ୍ଲିକ, ଓଡ଼ିଶା ରାଷ୍ଟ୍ରଵାଦୀ ସଂଘ ସଭାପତି ଇଂ ଗିରିଜା ଶଙ୍କର ପତି, ଭାରତୀୟ କିଶାନ ସଂଘ ରାଜ୍ୟ ସଂପାଦକ ଦେବୀ ପ୍ରସାଦ ପତି, ରାଷ୍ଟ୍ରୀୟ ସନାତନ ପରିଷଦ ସଭାପତି ସଂଜୟ ସାହୁ ଙ୍କ ସମେତ ବହୁ ସନାତନୀ ଯୋଗ ଦେଇଥିଲେ।
