ରାଉରକେଲା, ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ସହରର ସାମାଜିକ ତଥା ସହିଦ୍ ଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ତରଫରୁ ଦ୍ବିତୀୟ ସହିଦ୍ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ସଙ୍କୀର୍ତ୍ତନ ଜୟପୁରିଆ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆଇଏସଏଫ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ସୁପରିଟେଣ୍ଡେଣ୍ଟ ଇଂଜିନିୟର ମନୋଜ ମହାନନ୍ଦ, ସମାଜସେବୀ ତାରାଚାନ୍ଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସହିଦ୍ ଙ୍କ ପରିବାର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚଳିତ ବର୍ଷ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ୮ଜଣ ସହିଦ୍ ପରିବାରକୁ ସମ୍ମାନିତ କରାଯାଇଥିଲା । ସହିଦ୍ ଙ୍କ ମଧ୍ୟରେ ବାଲିଶଙ୍କରା ବ୍ଲକରୁ ଡେଭିଡ କେରକେଟା ଓ ରାଜେଶ କୁମାର ଏକ୍କା, କୁତ୍ରା ବ୍ଲକ ର ପରମେଶ୍ବର ଲାକ୍ରା,ଟାଙ୍ଗରପାଲୀ ବ୍ଲକର ବିକ୍ରମ ମିଞ୍ଜ, ଆନନ୍ଦପୁର ର ସୁଶାନ୍ତ ଖୁଣ୍ଟିଆ, ରାଜଗାଙ୍ଗପୁର ବ୍ଲକର କ୍ରୀଷ୍ଣା ତିର୍କି ଓ ଅଞ୍ଚିତ କୁମାର ତିର୍କି, ବନ୍ଧମୁଣ୍ଡା ବ୍ଲକର ଶୁଶିଲ କୁମାର ପାତ୍ର ଙ୍କ ପରିବାର ଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗତବର୍ଷ ୧୩ ଜଣ ସହିଦ୍ ଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ତନ୍ତୀ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ତଥା ସାଧାରଣ ସମ୍ପାଦକ ଶ୍ରୀ ଜୟପୁରିଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ଟ୍ରଷ୍ଟି ଚନ୍ଦ୍ର ଶେଖର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ, ସଭ୍ୟ ବିଶ୍ବଜିତ ଜେନା, ସଞ୍ଜୟ ପ୍ରଧାନ, ଅଶ୍ବିନୀ କୁମାର ଶାସିନୀ, ଉଛ୍ଛବ କୁମାର ତନ୍ତୀ, ଶଙ୍କର ଜେନା,ବିମଳ ବିଶି, ସନ୍ତୋଷ ଗରଡିଆ, ରାଜେଶ ତନ୍ତୀ, ଜଗନ୍ନାଥ ପାତ୍ର, ସୁମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅନିଲ ମଲ୍ଲିକ ମଞ୍ଚ ସଂଯୋଜନା, ସ୍ମିତା ମିଶ୍ର ଦେଶାତ୍ମବୋଧକ ସଙ୍ଗୀତ ତଥା କୁନି କଳାକାର ମାନେ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ।