ଭୁବନେଶ୍ୱର,୦୩/୦୧/୨୦୨୬(ଓଡ଼ିଶା ସମାଚାର)-ରାଜ୍ୟରେ ନବନିଯୁକ୍ତ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଶନିବାର ଲୋକସେବା ଭବନ ଠାରେ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଏକ ପ୍ରତିନିଧି ଦଳ ଶ୍ରୀମତୀ ଗର୍ଗଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସେଙ୍ଗ ସେଙ୍ଗ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏ ବିଷୟରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଅନ୍ୟତମ ସଦସ୍ୟ କିଶୋର ମଙ୍ଗରାଜ ପ୍ରମୁଖ ଭେଟି ସମ୍ବର୍ଦ୍ଧିତ କରିଥିଲେ ।
