ପାଟକୁରା ୦୨/୦୧/୨୦୨୬ (ଓଡିଶା ସମାଚାର ) – ଆଜି ଗରଦପୁର ବ୍ଳକ ଅଧୀନ ପଦ୍ମପୁର ଗ୍ରାମପଞ୍ଚାୟତ ବିଚଣା ଶାନ୍ତିମୈତ୍ରୀ ପରିସରରେ ସରସ୍ବତୀଶିଶୁ ବିଦ୍ୟାମନ୍ଦିର ନୂତନ ଗୃହରେ ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରସ୍ବତୀ ବିଦ୍ୟାମନ୍ଦିର ରେ ପିଲାମାନଙ୍କୁ ପଢ଼ାଯାଉଥିବା ଉନ୍ନତ ମାନର ପାଠ ର ଉଚ୍ଚପ୍ରଶଂସା କରିଥିଲେ । ଏଠାରେ ଗୁରୁଜୀ ଓ ଗୁରୁ ମା ମାନେ ପିଲାମାନଙ୍କୁ ଶୃଙ୍ଖଳା, ସମୟାନୁବର୍ତ୍ତିତା ରେ ବିଦ୍ୟା ଅଧୟନ କରିବାକୁ ପରାମର୍ଶ ଦେଇଥାନ୍ତି । ଦୀପ ଭଳି ନିଜେ ଜଳି ସ୍ୱଳ୍ପ ବେତନରେ ପିଲା ମାନଙ୍କୁ ପାଠ ପଢ଼ାଇ ସେମାନଙ୍କ ଜୀବନକୁ ଆଲୋକିତ କରାନ୍ତି । ଫଳରେ ସରକାରୀ ବିଦ୍ୟାଳୟରେ ପଢା ଯାଉଥିବା ପାଠ ଠାରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପାଠର ସ୍ୱତନ୍ତ୍ରତା ରହିଛି ।

ସମ୍ମାନିତ ଅତିଥି ଭାବେ ଶାନ୍ତିମୈତ୍ରୀ ର ସମ୍ପାଦକ ଶିଶୁ ମନ୍ଦିରରେ ଅଧୟନ ରତ ଭଗବାନ ଜେନା ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି କହିଥିଲେ । ଆହୁରୀ ମଧ୍ୟ ନିରାଶ୍ରୟ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବାକୁ ପ୍ରତିଶୃତି ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ସାମ୍ବାଦିକ ରବୀନ୍ଦ୍ର ନାଥ ବାରିକ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ଚନ୍ଦନ କୁମାର ଜେନା ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ ଉପାଦେୟ ପରାମର୍ଶ ଦେବାସଙ୍ଗେ ସଙ୍ଗେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ଅଶୋକ କୁମାର ବେହେରା ସଭାରେ ଅଧ୍ୟକ୍ଷତା କରିଥିବାବେଳେ ପ୍ରସାଦ କୁମାର ମହାନ୍ତି ସଭା ସଂଚାଳନ କରିଥିଲେ । ଗୁରୁଜୀ, ଗୁରୁ ମା, ଅଭିଭାବକ, ବିଦ୍ୟାର୍ଥୀ ଓ ଶାନ୍ତି ମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଆଜି ସମସ୍ତ ବିଦ୍ୟାର୍ଥୀଙ୍କୁ ସ୍କୁଲ ବ୍ୟାଗ ସହିତ ଅନୁସାଙ୍ଗିକ ପାଠ ପଢ଼ା ସାମଗ୍ରୀ ମାନ ସମ୍ପାଦକ ଭଗବାନ ଜେନା ବଣ୍ଟନ କରିଥିଲେ । ପୂର୍ବରୁ ଏହି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡା ଗ୍ରାମରେ କାର୍ୟ୍ୟକ୍ଷମ ଥିଲା । ଏବେ ଶାନ୍ତିମୈତ୍ରୀ ପରିସରରକୁ ଆସିବାପରେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।
