ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ମେଗା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୨୦/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମନି ଆସୋସିଏସନ ଦ୍ୱାରା ଆୟୋଜିତ ମେଗା ପ୍ରତିଯୋଗିତାରେ ଜିଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୮୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ୪୩ ଜଣ କୃତି ଛାତ୍ରଛାତ୍ରୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ନୃତ୍ୟ ଗ୍ରୁପ-ଇ ରେ ପ୍ରଥମ ମେଘା କର୍ମକାର, ଦ୍ୱିତୀୟ ଏସ. ଶ୍ରେୟାଂଶୀ ବିଶ୍ୱାଳ ଓ ତୃତୀୟ ସାଇ ରୁଦ୍ରାଦିତ୍ୟ ସ୍ୱାଇଁ, ନୃତ୍ୟ ଗ୍ରୁପ-ଈ ରେ ପ୍ରଥମ ଦିବ୍ୟାଂଶା ପ୍ରିୟଲକ୍ଷ୍ମୀ, ଦ୍ୱିତୀୟ ସମୀକ୍ଷା ଲେଙ୍କା, ତୃତୀୟ ଅଗ୍ରିମା ଗିରି ଓ ଜୁରୀ ଆୱାର୍ଡ ଦିବ୍ୟାଂଶୀ ସାହୁ, ଜିକେ ଗ୍ରୁପ ଉ ରେ ପ୍ରଥମ ବିଷ୍ଣୁଶ୍ରୀ ସାହୁ, ଦ୍ୱିତୀୟ ଗାର୍ଗୀ ପ୍ରିୟଦର୍ଶୀ ସାହୁ, ତୃତୀୟ ଅଭିଲୀପ୍ସା ଭୂୟାଁ, ଜିକେ ଗ୍ରୁପ-ଈ ରେ ପ୍ରଥମ ଦୀପ୍ତିମାନ ଶତପଥୀ, ଦ୍ୱିତୀୟ ସାଇପ୍ରତିକ ସାହୁ ଓ ତୃତୀୟ ଦିପ୍ତିଶିଖା ନାୟକ, ଜିକେ ଗ୍ରୁପ ଉରେ ପ୍ରଥମ ସୁଶ୍ରୀ ଭାଗ୍ୟଶ୍ରୀ ଦାଶ, ଦ୍ୱିତୀୟ ଅଙ୍କିତା ସାହୁ ଓ ତୃତୀୟ ଜସ୍ମିନ ଭୂୟାଁ, ଚିତ୍ରକଳା ଗ୍ରୁପ ଇରେ ପ୍ରଥମ ସୁଶ୍ରୀ ଦିବ୍ୟାଂଶୀ, ଦ୍ୱିତୀୟ ସୂର୍ଯ୍ୟପ୍ରକାଶ ନାଥ ଓ ତୃତୀୟ ପ୍ରଣୀତ ପ୍ରସାଦ, ଚିତ୍ରକଳା ଗ୍ରୁପ ଈ ପ୍ରଥମ ବିଦ୍ୟାଶ୍ରୀ ବିଶ୍ୱରୂପା ସାହୁ, ଦ୍ୱିତୀୟ ଜୟଶ୍ରୀ ଦାସ ଓ ତୃତୀୟ ପ୍ରଭୁଶ୍ରୀ ମିଶ୍ର, ଚିତ୍ରକଳା ଗ୍ରୁପ ଉରେ ପ୍ରଥମ ସେଖ ଅତଉଲ୍ଲା, ଦ୍ୱିତୀୟ ଏନ. ଶୁଭ୍ରାଂଶୁ  ପ୍ରଧାନ ଓ ତୃତୀୟ ସାଇ ନାରାୟଣ ବେହେରା, ବିତର୍କ ଗ୍ରୁପ ଇ ରେ ପ୍ରଥମ ପ୍ରାଚୀ ପ୍ରିୟଦର୍ଶିନୀ ରାଉତ, ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, ତୃତୀୟ ଭାଗ୍ୟଲକ୍ଷ୍ମୀ ପଣ୍ଡା, ବିତର୍କ ଗ୍ରୁପ ଈ ରେ ପ୍ରଥମ ବ୍ରଜେଶ ରାଉତ, ଦ୍ୱିତୀୟ ତୁଳସୀ ମଲିକ ଓ ତୃତୀୟ ଲକ୍ଷ୍ମୀପ୍ରିୟା ସେଠୀ, ରଚନାଲିଖନ ଗ୍ରୁପ ଇ ରେ ପ୍ରଥମ ଅର୍ଣ୍ଣବ ଦିବ୍ୟାଂଶୁ ସାହୁ, ଦ୍ୱିତୀୟ ସାଇ ଶ୍ରୀକ୍ରୀଷ୍ଣା ମଲ୍ଲିକ, ତୃତୀୟ କୁମୁଦିନୀ ମଲ୍ଲିକ, ରଚନାଲିଖନ ଗ୍ରୁପ ଈ ପ୍ରତିଯୋଗିତାରେ ପ୍ରଥମ ଅଙ୍କିତା ମଲିକ, ଦ୍ୱିତୀୟ ଆଲିମା ଫିର୍ଦୋସ, ତୃତୀୟ ମଧୁସ୍ମିତା ପଣ୍ଡା, ରଚନା ଲିଖନ ଗ୍ରୁପ ଉରେ ପ୍ରଥମ ସୁମିତ୍ରା ପାଣି, ଦ୍ୱିତୀୟ ସୁଚିସ୍ମିତା ନାୟକ, ତୃତୀୟ ରତ୍ନମୟୀ ମିଶ୍ର ହୋଇଛନ୍ତି ।

ଏସମ୍ପର୍କରେ ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ସୂଚନା ଦେଇ କଗହିଛନ୍ତି ଯେ ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।

Leave a Reply

Your email address will not be published. Required fields are marked *