ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ 

କଟକ ସଦର, ୩୦/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୈ।ଜା କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆଜି ସୋମବାର ଦିନ ୧୫ ଗୋଟି ପଞ୍ଚାୟତର ୭୦ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ମନୋନୀତ ହୋଇଥିବା ୭୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ଵିଡିଓ ପ୍ରତିକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ବାକି କିଶନନଗର ଜୋନ୍ ର ୮ ଟି ପଞ୍ଚାୟତ ର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଗୃହ ଯୋଜନା ରେ ପ୍ରିୟା ପ୍ରିତୀ କରାଯାଇ ସରକାରଙ୍କ ମାର୍ଗ ଦର୍ଶିକା କୁ ଉଲଂଘନ କରି ଅନେକ ପଞ୍ଚାୟତ ରେ ଅଧିକରୁ ଅଧିକ ହିତାଧିକାରୀ ଚୟନ କରାଯାଇଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *