ଯାଜପୁର, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)- ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନଭେମ୍ୱର ୨୧ ରୁ ଡିସେମ୍ୱର ୩୧ ତରିଖ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ନଭେମ୍ୱର ୨୧ ତାରିଖରେ କ୍ୟାରମ୍, ଚେସ୍, ୨୨ ତାରିଖରେ କବାଡି, ୨୩ ତାରିଖରେ ଖୋ ଖୋ, ୨୮ ତାରିଖରେ କ୍ରିକେ, ୨୯ ତାରିଖରେ ବ୍ୟାଡମିଣ୍ଟନ ଏବଂ ୩୦ ତାରିଖରେ ଭଲି ବଲ୍ କ୍ରୀଡା (କ) ବିଭାଗରେ ଅନୁଷ୍ଠିତ ହେଊଥିବା ବେଳେ, (ଖ) ବିଭାଗରେ ଡିସେମ୍ୱର ୨୬ ଓ ୨୭ ତାରିଖରେ ପୁଟିଂ ଦ ସଟ୍, ଜାଭେଲିନ୍, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ, ୧୦୦ ମିଟର ଦୌଡ, ୨୦୦ ମିଟର ଦୈାଡ, ୪୦୦ ମିଟର ଦୌଡ ଓ ଡିସକସ୍ ଥ୍ରୋ କ୍ରୀଡା ଅନୁଷ୍ଠିତ ହେବ । ସେହିପରି ସାଂସ୍କୃତିକ ପ୍ରତିଯୋଗିତାରେ (କ) ବିଭାଗରେ ନାଟକ, ପାରମ୍ପରିକ ଗୋଷ୍ଠୀ ନୃତ୍ୟ, ପାରମ୍ପରିକ ଖାଦ୍ୟ ଏବଂ (ଖ) ବିଭାଗରେ ଚିତ୍ରାଙ୍କନ, କ୍ୱିଜ୍ ପ୍ରତିଯୋଗିତା, ଝୋଟି, କବିତା ପାଠ, ଓଡିଆ ଓ ଇଂରାଜୀ ପ୍ରବନ୍ଧ, ଓଡିଆ ଓ ଇଂରାଜୀ ତର୍କ, ସଂଗୀତ, ନୃତ୍ୟ, ଷ୍ଟାଣ୍ଡଅପ୍ କମେଡି, ପାରମ୍ପରିକ ପେଂସନ୍ ସୋ ଅନୁଷ୍ଠିତ ହେବ । ସେହିପରି ସାମାଜିକ କାର୍ଯ୍ୟକଳାପରେ ଯୌତୁକ ବିରୋଧ ଅଭିଯାନ, ପ୍ଳାଷ୍ଟିକମୁକ୍ତ ଅଭିଯାନ, ପରିମଳ ଅଭିଯାନ, ବିପର୍ଯ୍ୟୟ ପ୍ରସ୍ତୁତି/ପ୍ରାଥମିକ ଚିକିତ୍ସା/ଜରୁରୀକାଳୀନ ପ୍ରତିକ୍ରିୟା, ରକ୍ତ ଦାନ ଶିବିର ଆୟୋଜନ ଓ ବ୍ଳଡ୍ ଗ୍ରୁପ୍ ଡାଟା ବେସ୍ ପରିଚାଳନା ଅନୁଷ୍ଠିତ ହେବ । ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର ଭାଗ ନେବାକୁ ଚାହୁଁଥିବା ଇଛୁକ ଛାତ୍ର ଛାତ୍ରୀମାନେ କ୍ରୀଡା ପ୍ରତିଯୋଗିତା ପାଇଁ ଡ. ମଧୁଲିତା ମହାନ୍ତି, ଅଧ୍ୟାପିକା, ରାଜନୀତି ବିଜ୍ଞାନ ବିଭାଗ, ସାଂସ୍କୃତିକ ପ୍ରତିଯୋଗିତା ପାଇଁ ଅନୀତା ମହାପାତ୍ର, ଅଧ୍ୟାପିକା, ଅର୍ଥନୀତି ବିଭାଗ ଏବଂ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ ପାଇଁ ସୁଶ୍ରୀ ଦାସ, ଅଧ୍ୟାପିକା, ଇଂରାଜୀ ବିଭାଗଙ୍କୁ ନାମ ପ୍ରଦାନ କରିବାକୁ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଯାଜପୁରର ଅଧ୍ୟକ୍ଷା ସୁକାନ୍ତି ଲତା ସାହୁ ସୂଚନା ଦେଇଛନ୍ତି ।
Related Posts
ବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା
ଭୁବନ ୧୩/୦୮/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି…
ଜିଲ୍ଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ କ୍ୟାମ୍ପୋରୀ ଉତ୍ସବ ଉଦ୍ ଯାପିତ
ଯାଜପୁର, ୧୭/୦୨/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ୨୦୨୫ ଉତ୍ସବକୁ ଯାଜପୁର…
ଵୋଧପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକୋତ୍ସବ
କଟକ ସଦର, ୨୧/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନାନପୁର ଵୋଧପୁର ଠାରେ ଅବସ୍ଥିତ ଅଗ୍ରଣୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୦…
