ଜୁନାଗଡ଼, ୦୧/୮/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗାଁ ରେ ଗତ କାଲି ବିଳମ୍ବିତ ରାତ୍ରି ରେ ସଶସ୍ତ୍ର ଡକାୟତ ହୋଇଛି । ରାଜପୁର ଗାଁ ର ବ୍ୟବସାୟୀ ବୈଶାନର ନାଏକ ତାଙ୍କ ସ୍ତ୍ରୀ ଓ ତାଙ୍କ ଶାଶୁ ଶୋଇ ଥିବା ବେଳେ ବିଳମ୍ବିତ ରାତ୍ରି ରେ ୧୦ରୁ ଉର୍ଦ୍ଧ୍ୱ ଡକାୟତ ରାତି ଘର କୁ ପଶି ମାରଣାସ୍ତ୍ର ଦେଖାଇ ଏବଂ ତାଙ୍କ ଶାଶୁ ଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଓ ୧୪ ଭରି ସୁନା ନେଇ ଯାଇଥିବା ଜଣାପଡିଛି । ଘଟଣା ସ୍ଥଳ ରେ ଚିଲିଗୁଡା ଫାଣ୍ଡି ଅଧିକାରୀ, ଜୁନାଗଡ଼ ଥାନା ଅଧିକାରୀ, ଧର୍ମଗଡ଼ ଏସ ଡି ପି ଓ, ସାଇଣ୍ଟିଫିକ ଟିମ ସହିତ କଳାହାଣ୍ଡି ଏସ ପି ଘଟଣା ର ତଦନ୍ତ କରୁଛନ୍ତି ।