ଭୁବନେଶ୍ୱର, ୩୧/୧୨/୨୦୨୫ (ଓଡ଼ିଶା ସମାଚାର)- ଅନ୍ଧାରୁଆସ୍ଥିତ ପ୍ରଭୁଦ୍ଧ ବିହାର ପାଦପଦ୍ମ ପାହାଡ଼ ଠାରେ ପ୍ରତାପ ଶାସନ ବାଳିକା ଉଚ୍ଚବିଦ୍ୟାଳୟର ୧୯୯୪ବ୍ୟାଚ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଓ ବୃକ୍ଷରୋପଣ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ବ ଓ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିୟା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରମାକାନ୍ତ ପ୍ରଧାନ, ପ୍ରଦୀପ୍ତ ବେହେରା ଉପସ୍ଥିତ ରହିବା ସହ ବୃକ୍ଷରୋପଣର ସଚେତନତା ଓ ବନ୍ଧୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । 
ଶ୍ରୀଯୁକ୍ତ ତ୍ରିପାଠୀ ମତବ୍ୟକ୍ତ କରିଥିଲେଯେ ବନ୍ଧୁତ୍ୱର ବିକଳ୍ପ ନାହିଁ । ନିଜ ନିଜ ସ୍ତରରେ ମା,ମାଟି, ମାତୃଭାଷା ପାଇଁ ସମସ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ବିଦ୍ୟାର୍ଥୀ ମାନେ ଅତୀତର ଖଟା, ମିଠା ସ୍ମୃତିକୁ ସ୍ମରଣ କରିଥିଲେ । ଏହି ଅବସରରେ ସମାଜସେବୀକା ସୁପ୍ରିୟା ପ୍ରଧାନ ଓ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ହୃଦାନନ୍ଦ ଜେନା, ପ୍ରଜ୍ଞା ପରିଚାଳନା କରିଥିବାବେଳେ ସବିତା, ସୀତାପରିଡା,ଲିଲି ଦାସ, ଐସୂର୍ଯା, ବିନିତା, ମମତା,ପ୍ରମୁଖ ସହଯୋଗ କରିଥିଲେ ।
