ଖଣ୍ଡଗିରିରେ ବିଶ୍ୱପ୍ରସିଦ୍ଧ ସାଧୁସନ୍ଥ ମହାକୁମ୍ଭ ମେଳାର ପୂର୍ଣ୍ଣାହୂତି ଉଦଯାପିତ

ଭୁବନେଶ୍ୱର,୧୨/୦୨/୨୦୨୫ (ଓଡ଼ିଶା ସମାଚାର)- ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହକତ୍ୱରେ ଓ ଓଡ଼ିଆ ଭାଷା, ସାହିତ୍ୟ ତଥା ଭୁବନେଶ୍ୱର ମହାନଗର ନିଗମ ଓ ପରିଷଦର ଆନୁକୂଲ୍ୟରେ ଖଣ୍ଡଗିରି ବିଶ୍ୱପ୍ରସିଦ୍ଧ ମହାକୁମ୍ଭମେଳାର ପୂର୍ଣ୍ଣାହୂତି ଓ ସମସ୍ତ ସାଧୁସନ୍ଥ ପୂଜନ କରାଯାଇଅଛି । ଗତକାଲି ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ବ୍ୟକ୍ତି ମହାପ୍ରସାଦ ଓ ସାଧୁସନ୍ଥ ପୂଜନରେ ଯୋଗ ଦେଇଥିଲେ । ଆଜି ମଧ୍ୟ ପୂର୍ଣ୍ଣାହୂତିରେ ଯୋଗଦାନ କରିଥିଲେ ।

ଖଣ୍ଡଗିରି କୁମ୍ଭମେଳାର ଆବାହକ ତଥା ପରିଷଦର ଅଧ୍ୟକ୍ଷ ବାବା ପଂଚଦେବ କହିଲେ ୧୪୪ ବର୍ଷରେ ମହାକୁମ୍ଭ ପଡ଼ିଅଛି । ଏହି ମହାନ୍ କାର୍ଯ୍ୟକ୍ରମକୁ ଐତିହାସିକରେ ଲିପିବଦ୍ଧ ହୋଇରହିବ ଏହା ସମ୍ଭବ ହୋଇଛି ଏକମାତ୍ର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଙ୍କ ଯୋଗୁଁ ତଥା ତାଙ୍କ ଅନୁଗାମୀଙ୍କ ସହଯୋଗରେ । ପ୍ରତି ମୁହୂର୍ତରେ ମହାଭାଗ କୁମ୍ଭମେଳା ସମ୍ବନ୍ଧରେ ବୁଝନ୍ତି ଓ ନିଜେ ଆସି ସାଧୁସନ୍ଥ ମାନଙ୍କ ସମସ୍ୟା ବୁଝନ୍ତି । ତାଙ୍କ ତରଫରୁ ୫୦୦ସାଧୁସନ୍ଥ ମାନଙ୍କୁ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା କରିଛନ୍ତି । ସାଧୁସନ୍ଥମାନେ ବିଧାୟକ ମହୋଦୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ବିଭିନ୍ନ ଦିନମାନଙ୍କରେ ଦାତବ୍ୟ ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ସାଧୁସନ୍ଥମାନଙ୍କୁ ଭୋଜନ ଓ ଦକ୍ଷିଣା ପ୍ରଦାନ କରିଥିବାରୁ ପରିଷଦର ଉପଦେଷ୍ଟା ଶ୍ରୀଯୁକ୍ତ ପଦ୍ମନାଭ ଦାସ କୃତଜ୍ଞତା ଜଣାଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ, ଟେଣ୍ଟ, ଲାଇଟ୍, ପାଣି, ଶୌଚାଳୟ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଇଥିବାରୁ ମହାନଗର ନିଗମ, ଆୟୁକ୍ତ, ଅତିରିକ୍ତ ଆୟୁକ୍ତ, ଉପାୟୁକ୍ତ, ଦକ୍ଷିଣପଶ୍ଚିମ ଜୋନ୍ ର ଉପାୟୁକ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖଣ୍ଡଗିରି ଥାନା ଭାରପ୍ରାପ୍ତ ଅଧିକାରୀ ତଥା ପୋଲିସ୍ ବନ୍ଧୁମାନେ ଶାନ୍ତିଶୃଙ୍ଖଳା ରଖିଥିବାରୁ ପରିଷଦ ତରଫରୁ କୃତଜ୍ଞତା ଜଣାଇଛନ୍ତି । ଖଣ୍ଡଗିରି ମାଘ ସପ୍ତମୀ ମେଳାର କେନ୍ଦ୍ରୀୟ କମିଟି ସଭାପତି, ସମ୍ପାଦକ ତଥା ସମସ୍ତ ସଭ୍ୟସଭ୍ୟାମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ବୋଲି ମୁଖ୍ୟ ସଂଚାଳକଙ୍କ ବ୍ରହ୍ମଚାରୀ ବିଶେଷ ଚୈତନ୍ୟ, ସଂଚାଳକ ବାବା ଚନ୍ଦନ ଦାସ, ବାବା ଆଲୋକ ଦାସ, ବାବା କୃଷ୍ଣ ଦାସ, ବାବା କଲ୍ୟାଣ ଦାସ, ବାବା ନବ ଦାସ, ବାବା ଆନନ୍ଦ ଦାସ, ହରିଓମ୍ ବାବା ପ୍ରଭୃତି ଜଣାଇଛନ୍ତି ବୋଲି ପରିଷଦର ସାଧାରଣ ସମ୍ପାଦକ ବାବା ଅଖଣ୍ଡାନନ୍ଦ ତଥା ପରିଷଦର ଅଧ୍ୟକ୍ଷ ବାବା ପଂଚଦେବ ଜଣାଇଛନ୍ତି ।


                          ସାଧୁସନ୍ଥ ସମ୍ମିଳନୀ
ବିଶ୍ୱସନାତନ ବୈଦିକ ଧର୍ମ ପରିଷଦ ଆବାହକତ୍ୱରେ ସାଧୁସନ୍ଥ ସମ୍ମିଳନୀ କରାଯାଇଥିଲା । କୁମ୍ଭମେଳାର ଆବାହକ ତଥା ପରିଷଦର ଅଧ୍ୟକ୍ଷ ବାବା ପଂଚଦେବ କହିଲେ ବିଗତ ଦିନମାନଙ୍କରେ ପ୍ରତିବର୍ଷ ବିଶ୍ୱପ୍ରସିଦ୍ଧ ସାଧୁସନ୍ଥ ମହାକୁମ୍ଭମେଳାକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଉ । ତତ୍କାଳୀନ ସରକାରଙ୍କୁ ଦାବିପତ୍ର ଦିଆଯାଉଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିଲା ନାହିଁ ।

କିନ୍ତୁ ବର୍ତମାନର ସରକାରକୁ ଚିଠି ଲେଖିବାରୁ ଉକ୍ତ ସରକାର ସାଧୁସନ୍ଥଙ୍କ ପ୍ରତି ଦୟା ହେବ ବୋଲି ବାରି ହୋଇପଡୁଅଛି । କାରଣ ଏବର୍ଷ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଅଛି । ପ୍ରତିଦିନ ୫୦୦ ରୁ ଊଦ୍ଧ୍ୱର୍ ସାଧୁସନ୍ଥମାନଙ୍କର ପ୍ରସାଦ ସେବନର ବ୍ୟବସ୍ଥା କୁମ୍ଭମେଳାର ସ୍ୱାଗତ ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ବାବୁ ସିଂ ଯୋଗାଇ ଦେଇଛନ୍ତି । ପରିଚାଳନା କରୁଛନ୍ତି ଯୁବ ସମାଜସେବୀ ହିମାଂଶୁ ଶେଖର ଛୋଟରାୟଙ୍କୁ ସାଧୁସନ୍ଥମାନେ ଅଶେଷ ଅଶେଷ ଧନ୍ୟବାଦ ସହିତ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସ୍ୱାମୀ ବ୍ରହ୍ମାନନ୍ଦ କନ୍ୟାଗୁରୁକୁଳ ତପୋବନ ଖଣ୍ଡଗିରି ବ୍ରହ୍ମଚାରିଣି ମାନଙ୍କ ଦ୍ୱାରା ବେଦପାଠ ଈଶ୍ୱର ସ୍ତୃତି ପ୍ରାର୍ଥନା ଉପାସନା ଯଜ୍ଞ କରାଯାଉଥିଲା ।

 

୧୪୪ ବର୍ଷ ମହାକୁମ୍ଭମେଳା ପଡ଼ୁଥିବାରୁ ୧୪୪ଜଣଙ୍କୁ କୁମ୍ଭମେଳା ସମ୍ବର୍ଦ୍ଧନା କରାହେବ ଆଗାମୀ ଦିନରେ ଧାର୍ଯ୍ୟ ସମୟ ଅନୁଯାୟୀ । ଚଳିତ ମାସ ଆସନ୍ତାକାଲି ୧୩ତାରିଖ ଠାରୁ ବିଧାନସଭା ଅଧିବେଶନ ପଡ଼ୁଥିବାରୁ ବଜେଟ୍ ଅଧିବେଶନରେ ଏକାମ୍ର ବିଧାୟକଙ୍କ ଜରିଆରେ ଦାବିପତ୍ର ବିଧାନସଭାରେ ଉପସ୍ଥାପନ କରିବା ପାଇଁ ସାଧୁସନ୍ଥମାନେ ଏକ ଦାବିପତ୍ର ପ୍ରଦାନ କରିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁସନ୍ଥମାନେ ଭେଟିବେ । ଏହି ଅବସରରେ କୁମ୍ଭମେଳାର ସ୍ୱାଗତ ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ବାବୁ ସିଂ କହିଲେ ଏ ସରକାର ସାଧୁସନ୍ଥମାନଙ୍କର । ନିଶ୍ଚିତ ଭାବେ ଆପଣଙ୍କର ଯାହା ଯାହା ସମସ୍ୟା ଅଛି ଏବଂ ଏହି ଖଣ୍ଡଗିରି ସନାତନ ବୈଦିକ ଧର୍ମ ସଂସ୍କୃତିର ସାଧୁସନ୍ଥ, ମୁନିଋଷି ମାନଙ୍କର ସିଦ୍ଧପୀଠ ।

ଆଗାମୀ ଦିନରେ ଏହା ଓଡ଼ିଶା ସରକାର ଓ ଭାରତ ସରକାର ନିଶ୍ଚିତ ସ୍ୱୀକୃତି ପ୍ରଦାନ କରିବ ବୋଲି ଆମ ସରକାର ପ୍ରତିଶ୍ରୁତିବଦ୍ଧ । ବିଧାୟକଙ୍କ ପ୍ରତିଶ୍ରୁତିରେ ସମସ୍ତ ସାଧୁସନ୍ଥ ଜୟଜଗନ୍ନାଥ, ଜୟ ପଂଚସଖା ବୋଲି ଜୟଜୟ କାର କରିଥିବା ସହିତ ବିଧାୟକଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଉକ୍ତ ସାଧୁ ସମ୍ମିଳନୀରେ ସମସ୍ତ କଥାକୁ ବିଚାରକୁ ନେଇ ସମସ୍ତ ସାଧୁସନ୍ଥ ଘୋଷଣା କଲେ କି ସମସ୍ତ ଦାୟିତ୍ୱ କୁମ୍ଭମେଳାର ଆବାହକ ତଥା ପରିଷଦର ଅଧ୍ୟକ୍ଷ ବାବା ପଂଚଦେବଙ୍କୁ ଦିଆଗଲା ବୋଲି ପରିଷଦର ସମ୍ପାଦକ ବାବା ଅଖଣ୍ଡା ନନ୍ଦ, ବ୍ରହ୍ମଚାରୀ ବିଶେଷ ଚୈତନ୍ୟ, ବାବା ଆଲୋକ ଦାସ, ବାବା ଚନ୍ଦନ ଦାସ, ବାବା କୃଷ୍ଣ ଦାସ, ବାବା ନବ ଦାସ, ବାବା ଭାସ୍କର ଦାସ, ବାବା ଅଭି ଦାସ, ବାବା ଆନନ୍ଦ ଦାସ ପ୍ରଭୃତି କୁମ୍ଭମେଳାର ସାଧୁସନ୍ଥମାନେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *