ରାଉରକେଲା କଲେଜରେ ଦୁଇଦିନିଆ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା,୩୦/୧୨/୨୦୨୩ (ଓଡ଼ିଶା ସମାଚାର)- ସେକ୍ଟର ୪ସ୍ଥିତ ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦୁଇଦିନିଆ ବାର୍ଷିକୋତ୍ସବ ସମ୍ପନ୍ନ ହୋଇଯାଇଛି। କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ବିଶେଷଜ୍ଞ ତୁଷାରବାଳା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରିବଚନ ପ୍ରଦାନ କରି କହିଲେ ଯେ ଜୀବନକୁ ଉପଭୋଗ କରିବା ପାଇଁ ହେଲେ ସ୍ୱାଧ୍ୟାୟ କରିବା ଆବଶ୍ୟକ। ବଞ୍ଚିବା ହିଁ ଯୋଗ। ଏହାସହ ସମୟର ସଦୁପଯୋଗ ଓ ସଜକ୍ତା ସହ ମନରେ ସ୍ବଛତା, ହୃଦୟରେ ପବିତ୍ରତା ଓ କର୍ମରେ ନିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସ୍ବାଗତ ଅଭିଭାଷଣ ସହ ମହାବିଦ୍ୟାଳୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ତପସ୍ୱିନୀ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଡ଼ଃ ରବିନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସୁନ୍ଦର ଗଳ୍ପ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ଅଧ୍ୟାପକ ମନୋଜ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ତଥା ଗତ ବର୍ଷ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଭାବେ ଏମଡି ରେହାନ ରସିଦ,ଶୁଭପ୍ରିୟା ସିଂ, ଅଙ୍କିତ ଶର୍ମା ଓ ବନ୍ଦନା କୁମାରୀ ସାହା ଙ୍କୁ ଅତିଥିମାନେ ସ୍ବତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ସେହିପରି ପ୍ରଥମ ଦିନ କଲେଜର ନାଟ୍ୟ ସଂସଦ, ଛାତ୍ର ଛାତ୍ରୀଙ୍କ କମନରୁମ, ଏବଂ ସାଂସ୍କୃତିକ ପରିଷଦର ମିଳିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଡ଼ ଅଶ୍ବିନୀ କୁମାର ରାୟ ଓ ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା ସଦସ୍ୟ ମନୋରଞ୍ଜନ ଦାଶ ଯୋଗଦେଇଥିଲେ। ମୁଖ୍ୟଅତିଥି ଡ଼ଃ ରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟକ ଜୀବନ ସତ୍ୟତାର ପରିପ୍ରକାଶ। ନାଟକ ଜୀବନର ମୋଡକୁ ବଦଳାଇ ଦେଇଥାଏ। ଜୀବନର ସୃଜନଧାରା କୁ ଛନ୍ଦବୋଧ ଭାବେ ପ୍ରକାଶ କରେ ନାଟକ। କଳା ସଂସ୍କୃତିର ଆବେଗମୟ ରସଶୀଳ ଉତ୍ସ ଛାତ୍ର ଛାତ୍ରୀଙ୍କ ଜୀବନର ମହତ୍ତର ପରିପ୍ରକାଶ କରେ। ସମ୍ମାନିତ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ନାଟକ ସମାଜରେ ସଂସ୍କାର ଆଣିବାରେ ସହାୟକ ହୁଏ  ତଥା ନାଟକ ମଣିଷ ସହ ମଣିଷ ର ସଂଯୋଗ ସ୍ଥାପନ କରେ ବୋଲି ମତ ରଖିଥିଲେ। ଡ଼ଃ ରବିନ୍ଦ୍ର କୁମାର ଜେନା, ପ୍ରାଧ୍ୟାପିକା ତପସ୍ୱିନୀ ମିଶ୍ର, ସାଂସ୍କୃତିକ ସଂସଦର ଉପସଭାପତି ଭାରତୀ ବରୁଆ,ଡ୍ରାମାଟିକ କ୍ଲବର ଦୁଇ ଉପସଭାପତି ରଶ୍ମିପ୍ରଭା ମଥାନ ଓ ବନ ବିହାରି କିଷାନ, ରଶ୍ମିରଞ୍ଜନ ରାଉତ, ତରୁଣୀ ନାୟକ, କରୁଣାକର ପାଟ୍ଟଶାଣୀ ଓ ବୈଜୟନ୍ତୀ ବାରିକ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ପ୍ରଭାତ କୁମାର ବଳ ଙ୍କ ନିର୍ଦ୍ଦେଶନାରେ ନାଟକ ‘ଦୂର ପାହାଡ଼ ‘ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ଅଧ୍ୟାପିକା ସୁଚିସ୍ମିତା ପ୍ରଧାନ ଓଡ଼ିଆ ଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ସୁଶ୍ରୀଲେଖା ବେହେରା, ସୋନାଲୀ ମହାନନ୍ଦ, ପୂଜାରାଣୀ ମହାପାତ୍ର  ସ୍ବାଗତ ସଂଗୀତ ଗାନ କରିଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସର୍ବଶ୍ରୀ ରଞ୍ଜିତ କୁମାର ପ୍ରଧାନ,ଅନୁପ କୁମାର ଏକ୍କା, ତରୁଣୀ ନାୟକ, ବନବିହାରୀ କିଷାନ, ଶର୍ମିଲା ମାଝୀ, ସ୍ବାତିସ୍ମିତା ସାହୁ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ସନ୍ତୋଷ ରଜାକ୍, ପ୍ରଭାତ ବଳ, ଅନିଲ ରାମ, ବୈଜୟନ୍ତୀ ବାରିକ, ଭାରତୀ ବରୁଆ, ଭାଗ୍ୟଶ୍ରୀ ମହାନ୍ତି, ରଚନା ମିଶ୍ର, ଅନାମିକା କୁଲ୍ଲୁ, ମୈ।ସୁମୀ ଦାସ, ଅମି ଢୋଲକିଆ, ହେମକାନ୍ତି ମେହେର, ପ୍ରତିମା ମହାପାତ୍ର, ନମିତା ଜେନା, ଇପ୍ସିତା ପଣ୍ଡା, ଅର୍ପିତା ବେହୁରିଆ, ବନ୍ଦନା ସୋରେଙ୍ଗ, ସୁଚିସ୍ମିତା ପ୍ରଧାନ, ହେମକାନ୍ତି ମେହେର, ସୁପ୍ରଭା ସିଂ, ଇଞ୍ଜିମାମ ଖାନ, ବିକ୍ରମ ସାହୁ, ଅନିଲ ରାମ, ପ୍ରଭାତ ବଳ, ପ୍ରତିମା ପାଣିଗ୍ରାହୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ତଥା ସ୍ବେଚ୍ଛାସେବୀ ଅନିତା ଜଗଦ୍ଦେବ, ସୈ।ମ୍ୟରଞ୍ଜନ ମହାନ୍ତି, ପ୍ରକାଶ ଓଝା, ଲିପ୍ସା ବଳିୟାରସିଂହ,ଚନ୍ଦା ସିଂ,ରାନୀ ସାହୁ, ଗୋପାଳ କୃଷ୍ଣ ଦାଶ, ଅଭିଶେକ ପରିଡ଼ା, ତୃପ୍ତିଲତା ଶତପଥୀ, ମନମୋହନ ଦାଶ,ଅନୁଶ୍ରୀ ରାଉତ, ଅପର୍ଣ୍ଣା ପାହାରୀ, ଦେବସ୍ମିତା ଦାସ, ପ୍ରିୟଙ୍କା ନାଗ, ସୁସ୍ମିତା ବିଶ୍ବାଳ, ଗିରିଜା ଶଙ୍କର ସ୍ବାଇଁ, ପ୍ରଯୁକ୍ତା ଭବାନୀ ନାୟକ, ପୂଜାରାଣୀ ମହାପାତ୍ର, ସୁପ୍ରିୟା ସାବତ,ଦେବରଶ୍ମୀ ପ୍ରଧାନ, ରେଖା କୁମାରୀ ପ୍ରସାଦ, ହିମାଂଶୁ ନାୟକ,ସୋନୁ ଶର୍ମା, ତପସ୍ୱିନୀ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ବ୍ୟତୀତ ବହୁ ସଂଖ୍ୟାରେ ଅଭିଭାବକମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *