ସେବାଶ୍ରମରେ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ପିଲାଙ୍କ ଗହଣ ରେ ଜନ୍ମଦିନ ପାଳିଲେ ସାଇଶ୍ରୀ

ନିମାପଢ଼ା,୩୦/୧୨/୨୦୨୫ (ଓଡ଼ିଶା ସମାଚାର)- ନିମାପଡ଼ା ରେ ଭିନ୍ନ ଢଙ୍ଗରେ ପାଳିଲେ  ଜନ୍ମଦିନ ।  ପତିତପାବନ ସେବାଶ୍ରମରେ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ପିଲାଙ୍କ ଗହଣ ରେ ଜନ୍ମଦିନ ପାଳନ କରାଯାଇଥିବା ବେଳେ ଶହ ଶହ ଛୋଟ ଛୋଟ ପିଲାମାନଙ୍କୁ କେକ୍ ଓ ମିଠା ବଂଟା ଯାଇ ଖାଦ୍ୟ ଦିଆଯାଇଥିଲା । ଅନେକ ବ୍ୟକ୍ତି ରହିଛନ୍ତି  ସେମାନେ ନିଜର ଜନ୍ମଦିନକୁ ସୌଖୀନ୍ ଭାବେ ବଡ଼ ବଡ଼ ହୋଟେଲରେ ନିଜ ଝିଅ ଓ ପୁଅଙ୍କ ଜନ୍ମଦିନ ପାଳନ କରନ୍ତି । ମାତ୍ର ‘ଓଡ଼ିଶା ଭାସ୍କର’ର କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) କୌସ୍ତୁବ ଦାଶ ଓ ତାଙ୍କର ପତ୍ନୀ ସରୋଜିନି ଦାଶ ତାଙ୍କ ଏକମାତ୍ର ଝିଅ ସାଇଶ୍ରୀର ୧୧ତମ ଜନ୍ମଦିନକୁ ନିମାପଡ଼ା ପତିତପାବନ ସେବାଶ୍ରମରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ଯୋଗ ଦେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ପତିତପାବନ ସେବାଶ୍ରମରେ ‘ଓଡ଼ିଶା  ଭାସ୍କର’ର ସିଇଓ କୌସ୍ତୁବ ଦାଶ ତାଙ୍କ ଝିଅର ଜନ୍ମଦିନ ଭିନ୍ନକ୍ଷମ ଙ୍କ ଗହଣରେ ପାଳନ କରିବା ସହ ବୃଦ୍ଧବୃଦ୍ଧା ଓ ଛୋଟ ଛୋଟ ପିଲାମାନଙ୍କୁ ଖାଦ୍ୟ ବଂଟନ କରିବା ସହ କେକ୍ ଓ ମିଠା ବାଂଟିଛନ୍ତି । ଏ  ସଂପର୍କରେ ପ୍ରତିକ୍ରିୟା ନେବାରେ ସାଇଶ୍ରୀଙ୍କ ଅଜା ଅରୁଣ ପ୍ରସାଦ ଦାଶ କହିଛନ୍ତି, ଆମ୍ଭେ ଏହି ଭିନ୍ନକ୍ଷମଙ୍କ ଗହଣରେ ଜନ୍ମଦିନ ପାଳନ କରିବା ଏକ ନିଆରା ପରିବେଶ ସୃଷ୍ଟି କରିଛି । ଏଠାରେ ଭିନ୍ନକ୍ଷମ ମାନଙ୍କମୁହଁରେ ହସ ଦେଖିବାକୁ ମିଳିଛି । ସାଇଶ୍ରୀ ତାଙ୍କ ଜନ୍ମଦିନରେ ଭିନ୍ନକ୍ଷମ ମାନଙ୍କୁ କେକ୍ ଖୁଆଇ ଥିଲେ ଓ କହିଛନ୍ତି, ଏଠାରେ ମୋତେ ବହୁତ ଆନନ୍ଦ ଲାଗୁଛି । ସାଇଶ୍ରୀଙ୍କ ମାଆ ସରୋଜିନି କହିଛନ୍ତି ପ୍ରତ୍ୟେକ ବର୍ଷ ଆମ୍ଭେ ଏହିପରି ଢ଼ଙ୍ଗରେ ଭିନ୍ନକ୍ଷମଙ୍କ ଗହଣରେ ଜନ୍ମଦିନ ପାଳନ କରିବୁ ।

ଏହି କାର୍ଯ୍ୟକ୍ରମରେ ପତିତପାବନ ସେବାଶ୍ରମର ପରିଚାଳକ ଜଗତ ପ୍ରସାଦ ସାବୁତ, ଅଜା ଅରୁଣ ପ୍ରସାଦ ଦାଶ, ରବି ନାରାୟଣ ଦାଶ, ନିମାପଡାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ, କୌସ୍ତୁବ ଦାଶ, ସରୋଜିନି ଦାଶ, ସାଇଶ୍ରୀଙ୍କ ମାମୁଁ ସୂର୍ଯ୍ୟକାନ୍ତ ଦାଶ,ଆଈ ଅର୍ଥପୂର୍ଣା ଦାଶ, ସର୍ବପ୍ରଭା ଦାଶ, ବୀଣାପାଣି ଦାଶ, ମାଉସୀ ପ୍ରିୟଦର୍ଶିନୀ ଦାଶ, ନିମାପଡା଼ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧ ଲୋକନାଥ ସାହୁ,ସମାଜସେବୀ ବିନୋଦ ବିହାରୀ ସାଇଁ, ଫୁଟବଲ୍‌ ଖେଳାଳୀ ଧୀରେନ୍ ବରାଳ,ଭୁବନପୁର ଗ୍ରାମ କମିଟି ସଭାପତି ପବିତ୍ର ବରାଳଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *