ଇଫ୍‌କୋ ସାହିତ୍ୟ ସମ୍ମାନ ୨୦୨୫ରେ ମୈତ୍ରେୟୀ ପୁଷ୍ପା, ଇଫ୍‌କୋ ୟଙ୍ଗ ଲିଟେରାରୀ ଆୱାର୍ଡ ୨୦୨୫ରେ ଅଙ୍କିତା ଜୈନ ସମ୍ମାନିତ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୩୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାର କ୍ଷେତ୍ରରେ ଭାରତର ଅଗ୍ରଣୀ ସମବାୟ ସଂସ୍ଥା ଇଫ୍‌କୋ ପକ୍ଷରୁ ସୁପ୍ରସିଦ୍ଧ ହିନ୍ଦୀ ଲେଖିକା ମୈତ୍ରେୟୀ ପୁଷ୍ପାଙ୍କୁ ଇଫ୍‌କୋ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଛି । ସେହି ଉତ୍ସବରେ ଇଫ୍‌କୋ ୟଙ୍ଗ ଲିଟେରାରୀ ଆୱାର୍ଡ ୨୦୨୫ ଶ୍ରୀମତୀ ଅଙ୍କିତା ଜୈନଙ୍କୁ ତାଙ୍କର ପୁସ୍ତକ ‘ଓଃ ରେ! କିଶାନ’ ନିମନ୍ତେ ପ୍ରଦାନ କରାଯାଇଥିଲା ।

୨୦୨୫ ଡିସେମ୍ବର ୩୦ ତାରିଖରେ ନୂଆଦିଲ୍ଲୀର କମାନି ଅଡିଟୋରିୟମ୍‌ଠାରେ ଆୟୋଜିତ ଏକ ଉତ୍ସବରେ ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନୀ ଏହି ସମ୍ମାନ ପ୍ରଦାନ କରିଥିଲେ ।

ମୈତ୍ରେୟୀ ପୁଷ୍ପାଙ୍କର ଜନ୍ମ ଆଲିଗଡ ଜିଲ୍ଲାର ସିକୁରା ଗ୍ରାମରେ ୧୯୪୪ ନଭେମ୍ବର ୩୦ ତାରିଖରେ ହୋଇଥିଲା । ତାଙ୍କର ଆଦ୍ୟ ଜୀବନ ଝାନ୍‌ସୀ ଜିଲ୍ଲାର ଖିଲ୍ଲି ଗ୍ରାମରେ ଅତିବାହିତ ହୋଇଥିଲା । ସେ ଝାନ୍‌ସୀର ବୁନେ୍ଦଲଖଣ୍ଡ କଲେଜରୁ ହିନ୍ଦୀ ସାହିତ୍ୟରେ ଏମ.ଏ ପାଠ୍ୟକ୍ରମ ଶେଷ କରିଥିଲେ । ତାଙ୍କର କେତେକ କାହାଣୀ ଓ ଉପନ୍ୟାସକୁ ଟେଲିଭିଜନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରଣ କରାଯାଇଛି । ସେ ପ୍ରେମଚନ୍ଦ ସମ୍ମାନ, ସାହିତ୍ୟ ଏକାଡେମୀ-ସମ୍ପର୍କିତ ସମ୍ମାନ, ସରୋଜିନୀ ନାଇଡୁ ଆୱାର୍ଡ, ମହାଦେବ ପ୍ରସାଦ ପାରିତୋଷିକ, ମହାତ୍ମା ଗାନ୍ଧୀ ସମ୍ମାନ ଏବଂ ଅନ୍ୟ ବହୁ ସମ୍ମାନ ଲାଭ କରିଛନ୍ତି ।

ଅଙ୍କିତା ଜୈନ ତାଙ୍କର କ୍ୟାରିୟର ଜଣେ ରିସର୍ଚ୍ଚ ଆସୋସିଏଟ୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଆରମ୍ଭ କରିଥିଲେ । ପରେ ସେ ଜଣେ ପୂର୍ଣ୍ଣକାଳୀନ ଲେଖିକା ପାଲଟିଥିଲେ । ତାଙ୍କର ପ୍ରଥମ ପୁସ୍ତକ ‘ଐସି ଭୈସି ଔରତ’ ଜାଗରଣ-ନିଲ୍‌ସେନରେ ବେଷ୍ଟସେଲର ପୁସ୍ତକ ପାଲଟିଥିଲା । ତାଙ୍କର ଅନ୍ୟତମ ଉଲ୍ଲେଖନୀୟ କୃତି ମଧ୍ୟରେ ‘ମେଁ ସେ ମା ତକ୍‌’, ‘ବହେଲିୟେ’, ‘ଓଃ ରେ କିଶାନ’, ଉପନ୍ୟାସ ‘ମୋହଲ୍ଲା ସଲିମବାଗ’ ଏବଂ ଶିଶୁ ଉପନ୍ୟାସ ‘ଆତଙ୍କି ମୋର୍‌’ ଆଦି ଅନ୍ତର୍ଭୁକ୍ତ ।

ସେ ପ୍ରଭାତ ଖବର ଏବଂ ଲଲନଟପ୍‌ ନିମନ୍ତେ ଲୋକପ୍ରିୟ ସ୍ତମ୍ଭ ‘ମା-ଇନ୍‌-ମେକିଂ’ ଲେଖିଛନ୍ତି । ଏଥିସହିତ ଏନ୍‌ବିଟି ଗୋଲ୍ଡ, ଇଣ୍ଡିଆ ଟୁଡେ, ଆହା ଜିନ୍ଦଗୀ ଏବଂ ଆଇଚୋ÷କ ଆଦି ପ୍ଲାଟଫର୍ମ ନିମନ୍ତେ ଲେଖା ଏବଂ ସମ୍ପାଦକୀୟ ମଧ୍ୟ ଯୋଗାଇ ଦେଇଛନ୍ତି । ତାଙ୍କର କାହାଣୀଗୁଡିକ ବିିଗ୍‌ ଏଫଏମ୍‌ କାର୍ଯ୍ୟକ୍ରମଗୁଡିକରେ ଦୁଇବର୍ଷ  ଧରି ପ୍ରସାରିତ ହୋଇଥିଲା ।

ଇଫ୍‌କୋ ସାହିତ୍ୟ ସମ୍ମାନ ୨୦୧୧ରେ ଗଠିତ ହୋଇଥିଲା ଏବଂ ପ୍ରତିବର୍ଷ ଏହା ସ୍ପଷ୍ଟ ଭାବରେ ଗ୍ରାମାଞ୍ଚଳ ଏବଂ କୃଷିଭିତ୍ତିକ ଜୀବନକୁ ଚିତ୍ରଣ କରୁଥିବା ଜଣେ ହିନ୍ଦୀ ଲେଖକଙ୍କୁ ପ୍ରଦାନ କରାଯାଇଆସୁଛି । ଏହା ପୂର୍ବରୁ ଏହି ସମ୍ମାନ ଲାଭ କରିଥିବା ହିନ୍ଦୀ ସାହିତି୍ୟକଙ୍କ ମଧ୍ୟରେ ବିଦ୍ୟାସାଗର ନୋ÷ଟିୟାଲ, ଶେଖର ଜୋଷୀ, ସଞ୍ଜୀବ, ମିଥିଲେଶ୍ୱର, ଶିବମୂର୍ତ୍ତି, ମଧୁ କଙ୍କରିଆ, ଜୟାନନ୍ଦନ ପ୍ରମୁଖ ରହିଛନ୍ତି । ଏହି ପୁରସ୍କାର ବାବଦରେ ଏକ ପ୍ରଶସ୍ତିପତ୍ର, ଏକ ଫଳକ ଏବଂ ୧୧ ଲକ୍ଷ  ଟଙ୍କାର ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଉଛି ।

ବରିଷ୍ଠ ଲେଖକବୃନ୍ଦ ଶ୍ରୀମତୀ ଚନ୍ଦ୍ରକାନ୍ତାଙ୍କ ନେତୃତ୍ୱରେ ଗଠିତ ମନୋନୟନ କମିଟି ମୈତ୍ରେୟୀ ପୁଷ୍ପାଙ୍କୁ ଗ୍ରାମାଞ୍ଚଳ ସମାଜ, କୃଷି ଏବଂ ଭାରତର ପରିବର୍ତ୍ତନଶୀଳ ସାମାଜିକ ବାସ୍ତବତା ସହିତ ଗଭୀର ସାହିତି୍ୟକ ନିୟୋଜନତା ନିମନ୍ତେ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ । ଜୁରୀରେ ଥିବା ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନସିରା ଶର୍ମା, ଅନନ୍ତ ବିଜୟ, ଯତୀନ୍ଦ୍ର ମିଶ୍ର, ଡ.ନଳିନ ବିକାଶ ଏବଂ ଉକ୍ରର୍ଷ ଶୁକ୍ଳା ଆଦି ଅନ୍ୟତମ ।

ଇଫ୍‌କୋ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ କେ.ଜେ.ପଟେଲ ମୈତ୍ରେୟୀ ପୁଷ୍ପାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ତାଙ୍କୁ ମଜଭୁତ ସାମାଜିକ ଚିନ୍ତନ ରହିଥିବା ଜଣେ ଲେଖକ ଭାବରେ ବର୍ଣ୍ଣନା କରିଥିଲେ । ବିଶେଷକରି ସେ ବୁନେ୍ଦଲଖଣ୍ଡର ଜୀବନ ଏବଂ ମହିଳାଙ୍କର ଅନୁଭୂତି ପରିପ୍ରକାଶ କରିବା ନିମନ୍ତେ ସୁପରିଚିତ ବୋଲି ଶ୍ରୀ ପଟେଲ ଉଲ୍ଲେଖ କରିଥିଲେ ।

ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି, ମୁଖ୍ୟ  ଅତିଥିଭାବରେ ଉପସ୍ଥିତ ରହି ଉଭୟ ସମ୍ମାନିତ ଲେଖକଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ମୈତ୍ରେୟୀ ପୁଷ୍ପାଙ୍କର ଲେଖାର ଜଡ ବ୍ୟକ୍ତିଗତ ଅନୁଭୂତିରେ ରହିଛି ଏବଂ ତାହା ସାମାଜିକ ବାସ୍ତବତାଗୁଡିକ ପ୍ରତି ଏକ ବିରଳ ଏବଂ ଅସଲି ସ୍ୱର ପ୍ରଦାନ କରିଥାଏ । ସେ ମଧ୍ୟ ଅଙ୍କିତା ଜୈନଙ୍କର ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ।

Leave a Reply

Your email address will not be published. Required fields are marked *