କଟକ ସଦର,୧୪/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସେବା ସଂଗଠନର ୨୫ ତମ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଓ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ପ୍ରାତଃ ସମୟରେ ସତ୍ୟସାଇ ବାବାଙ୍କ ରଥ ନଗର କୀର୍ତ୍ତନ ସହ ନଗର ପରିକ୍ରମା କରାଯିବା ପରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଚାଳନାରେ ସଂଗଠନ ର ଆବାହକ ଦିଲୀପ କୁମାର ବେହେରା ଙ୍କ ସମେତ ଅକ୍ଷୟ କୁମାର ବେହେରା, ପ୍ରଭାତ ବେହେରା, ନିରଞ୍ଜନ ସେଠୀ, ଆଶିଷ ରାଉତ,କ୍ଷମାମୟୀ ବେହେରା,ଗିତାଞ୍ଜଳୀ ଛୋଟରାୟ,ସୈ।ଦାମିନୀ ଦାସ, ଅମୁଲ୍ୟ ସାହୁ, ଦୀପକ ମଣ୍ଡଳ ପ୍ରମୁଖ ବହୁ ସାଇ ଆଶ୍ରିତ ସହାୟତା କରିଥିଲେ।

କିଶନନଗର ଶ୍ରୀ ସତ୍ୟସାଇ ସେବା ସଂଗଠନର ବାର୍ଷିକ ଉତ୍ସବ
