ପାରଳାଖେମୁଣ୍ଡି, ୨୧/୧୦/୨୦୨୫ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା): ଆଲୋକର ପର୍ବ ଦୀପାବଳି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିଶୁଙ୍କ ମେଳରେ ଦୀପାବଳି ପାଳନ କରିଛନ୍ତି ।
ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କ ଭଲମନ୍ଦ ବୁଝିବା ସହ ଅନୁଷ୍ଠାନର ବିଭିନ୍ନ କକ୍ଷ ପରିଦର୍ଶନ କରି ତଦାରଖ କରିଥିଲେ । ଉକ୍ତ ଆଶ୍ରମରେ ୫୦ ଜଣ ଝିଅ ରହୁଥିବା ବେଳେ ୨୬ ଜଣ ପୁଅ ରହୁଛନ୍ତି ।
ପରେ ଶିଶୁମାନଙ୍କ ଗହଣରେ ରହି ସେମାନଙ୍କ ନାଚ ଗୀତ ଦେଖିଥିଲେ ଏବଂ ମିଷ୍ଠାନ ଖୁଆଇ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପିଲାଙ୍କ ମେଳରେ ମିଶି ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ ।
