କାଥରିନ ଦାସଙ୍କ ସ୍ମୃତିରେ ଛାତ୍ରଛାତ୍ରୀଙ୍କୁ ମେଧାବୃତି
କେନ୍ଦ୍ରାପଡ଼ା, ୨୮/୧୨/୨୦୨୫(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦ୍ରାପଡା ଜିଲାର ୪୮୫ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ସାନ୍ତସାହିସ୍ଥିତ ବଳଦେବଜୀଉ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୋଷାଳୀ ସ୍ୟାଣ୍ଡ ଗ୍ରୁପର ପରିଚାଳନା ନିର୍ଦ୍ଧେଶକ ଟି. ବାନାମ୍ବର ପାତ୍ର ଓ ମୁଖ୍ୟବକ୍ତା ଭାବେ ଡ.ହରିହର କାନୁନଗୋ ଯୋଗଦେଇ ଜିଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତି ବାଂଟିବା ଅବସରରେ କହିଥିଲେ ଯେ ପିଲାଙ୍କ ପାଇଁ ପ୍ରକୃତ ଈଶ୍ୱର ହେଉଛନ୍ତି ମା ଓ ବାପା । ସେହି ଈଶ୍ୱରଙ୍କୁ ଭୟ,ଭକ୍ତି ଓ ପୂଜା କଲେ ତୁମେମାନେ ଜୀବନରେ ସଫଳ ମଣିଷ ହୋଇପାରିବ ।

ସମ୍ମାନିତ ଅତିଥି ଭାବେ ଡ. ସୁକାନ୍ତ ମହାପାତ୍ର, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଆମେରିକାରେ ଅବସ୍ଥାନ କରୁଥିବା ଶିକ୍ଷାବୀତ ଡାଭିଡ ବି. କ୍ରସ, ଟି. ବାନାମ୍ବର ପାତ୍ର, ସୁନିତ ମିଚେଲ ଦାସ, ଶାରଦାକାନ୍ତ ଦାସ ଓ ଅରୁଣ ପ୍ରତାପ ଦାସ ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ.ଦାସଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହିତ ଦୀର୍ଘ ବର୍ଷ ଧରି ଟ୍ରଷ୍ଟର କାର୍ଯ୍ୟକ୍ରମକୁ ସୁଚାରୁରୂପେ ନିର୍ବାହ କରି ଆସିଥିବା ସମାଜସେବୀ ପ୍ରଦିପ କୁମାର ମହାନ୍ତିଙ୍କୁ ସମସ୍ତ ଅତିଥି କୃତଜ୍ଞତା ଅର୍ପଣ କରିଥିଲେ ।
ଏହି ଅବସରରେ ଜିଲାର ବିଭିନ୍ନ କଲେଜରୁ ଆସିଥିବା ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମେଧାବୃତି ପ୍ରଦାନ କରିଥିଲେ । ଉତ୍ସବରେ ସୁଦୂର ଆମେରିକାରୁ ଆସିଥିବା ଡ. ଦାସଙ୍କ ବହୁ ବନ୍ଧୁ ଓ ପରିଜନମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ରହ୍ମପୁରସ୍ଥିତ ନିଷ୍ଟ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଡ. ସୁକାନ୍ତ ମହାପାତ୍ର, ତୋଷାଳୀ ସ୍ୟାଣ୍ଡ ଗ୍ରୁପର ପରିଚାଳନା ନିର୍ଦ୍ଧେଶକ ଟି. ବାନାମ୍ବର ପାତ୍ରଙ୍କୁ ତୁଳସୀକ୍ଷେତ୍ର ସମ୍ମାନ ଏବଂ ଶିକ୍ଷାବିତ ନୃସିଂହ ଚରଣ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସଙ୍କୁ କାଥରିନ ଦାସ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମମତା ଦାସ, ରଣଧିର କୁମାର, ସ୍ମିତା ଦାସ, ଆଲୋକ ପଟ୍ଟନାୟକ, ସୁଜାତା ପ୍ରିୟମ୍ବଦା ଦାସ, ଡ. କାଳୀ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, ରୋଜାଲିନ ଦାସ, ସମରେନ୍ଦ୍ର ଦାସ, ମିଚଲେ ମାରି, ସୁପ୍ରିୟା ଶାନ୍ତି ଦାସ, ଧିରେନ୍ଦ୍ର ଦାସ, ଆଦ୍ୟାସା ପଟ୍ଟନାୟକ, ଭୂମିକା ଦାସ, ଆଦିତ୍ୟ ପଟ୍ଟନାୟକ, ପ୍ରତୀକ କୁମାର, ଡା. ସ୍ନେହଲତା କାନୁନଗୋ, ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭୁବନମୋହନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ଅରୁଣ ପ୍ରତାପ ଦାସ ସ୍ୱାଗତ ଭାଷଣ ଓ ଆଲୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


