କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ଉପସଭାପତି ମାନସ ଚୌଧୁରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

କଟକ ସଦର ,୦୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିକଟରେ ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନରେ କଟକ ସଦର ମାଟିର ନେତା, କଟକ ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି, କଟକ ସଦରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ରଞ୍ଜନ ଚୌଧୁରୀଙ୍କୁ ଗୁରତ୍ୱପୂର୍ଣ୍ଣ ଉପସଭାପତି ଦାୟିତ୍ଵ ମିଳିଛି।

ଏହି ପରିପ୍ରେକ୍ଷୀରେ ଆଜି ବୁଧବାର ଅପରାହ୍ନରେ କଟକ ସଦର ଅନ୍ତର୍ଗତ ଵିରିଵାଟି ନାହାଭଙ୍ଗା ଗୋଲ୍ଡେନ ପାର୍କ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଏଥିରେ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ଦାସ, ଉପସଭାପତି ରାମଚନ୍ଦ୍ର ଗୋଛାୟତ, ପିସିସି ସାଧାରଣ ସଂପାଦକ ବିଶ୍ବଜିତ ଦାସ, ଜିଲ୍ଲା ସାଧାରଣ ସଂପାଦକ ଉଗ୍ରସେନ ଭୁୟାଁ, କଟକ ନଗର ସଂଖ୍ୟା ଲଘୁ ସେଲ୍ ସଭାପତି ଜାଫର ଅଲ୍ଲୀ, ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ କମିଟି ସଭାପତି ନାରାୟଣ ଦ୍ୱିବେଦୀ, କଟକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରିତିଛନ୍ଦା କୈବଲ୍ୟ ନାୟକ, ପିସିସି ପଞ୍ଚାୟତରାଜ ସଂଗଠନ ର ସାଧାରଣ ସଂପାଦକ ନିରଞ୍ଜନ ଲେଙ୍କା, ସତ୍ୟରଞ୍ଜନ ଵିଠ୍ ପ୍ରମୁଖ ଙ୍କ ସହିତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ମାନସ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଶେଷରେ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *