ପ୍ରହରାଜପୁର ନମାଜ ପଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଅଇନିପୁର ଚମ୍ପିୟାନ

କଟକ ସଦର, ୨୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ନମାଜ ପଡିଆ କ୍ରିକେଟ କ୍ଲବ ପକ୍ଷରୁ ଆଜି ରବିବାର ଦିନ ନମାଜ ପଡିଆ ଠାରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ  ଖେଣ୍ଟାଳ ଟିମ୍ କୁ ହରାଇ ଅଇନିପୁର ଟିମ୍ ଟିମ୍ ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଉପଲକ୍ଷେ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗଦେଇ ବିଜେତା ଟିମ୍ କୁ ଟ୍ରଫି ସହ ୪ ହଜାର ଅର୍ଥ ରାଶି ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହ ୩ ‌ହଜାର ଅର୍ଥ ରାଶି ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ସୋମନାଥ ସାହୁ, ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁ,ନମିଉନ୍ ନୁମାନ ତାହାରି,ମୈ।ଲାନା ଇଫତଖାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନାରେ କ୍ଲଵର ସଭାପତି ମହମ୍ମଦ ଅରଵାଦ୍ ଙ୍କ ସମେତ ଲଵିଵ୍, ଅରସଦ୍, ନଵିଵ୍, ତାଲିଵାଵୁ, ଜାହିର ପ୍ରମୁଖ ଙ୍କ ସହିତ ସମସ୍ତ ସଦସ୍ୟ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *