କଟକ ସଦର ବ୍ଲକରେ ଵାୟୋମେଟ୍ରିକ୍ ଵ୍ୟଵ୍ୟସ୍ଥା ନହେବା କାହା ସ୍ୱାର୍ଥରେ

କଟକ ସଦର , ୧୫/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରେ କାର୍ୟ୍ୟରତ କର୍ମଚାରୀଙ୍କ ପାଇଁ ଵାୟୋମେଟ୍ରିକ୍ ଵ୍ୟଵ୍ୟସ୍ଥା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ହୋଇଥିବା ବେଳେ ତାହା କାର୍ୟ୍ୟକାରୀ ନହେବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ କର୍ମଚାରୀ ମାନେ ପ୍ରତିଦିନ ମନ ଇଚ୍ଛା ସମୟରେ ଆସୁଥିଵା ଓ ଯାଉଥିବା ଅଭିଯୋଗ ହୋଇ ଆସୁଛି। ଯାହା ଫଳରେ ଜନସାଧାରଣ ବ୍ଲକରେ ନିଜର କାର୍ୟ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଯୁଗରେ ଆଉ ଉପସ୍ଥାନ ଖାତାରେ ଦସ୍ତଖତ ବିଭିନ୍ନ ସରକାରୀ ବେସରକାରୀ କାର୍ୟ୍ୟାଳୟରେ ହେଉ ନଥିଲା ବେଳେ ସଦର ବ୍ଲକରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ସେଥିରେ ସିସିଟିଭିର ମଧ୍ୟ ଵ୍ୟଵ୍ୟସ୍ଥା ନଥିବାରୁ ବିଭିନ୍ନ ବିଭାଗରେ କାର୍ୟ୍ୟରତ ଅଧିକାରୀ ମାନେ ଜନସାଧାରଣଙ୍କୁ ନାହିଁ ନଥିବା ହଇରାଣ ହରକତ କରିବା ସହିତ ଶୋଷଣ ମଧ୍ୟ କରୁଥିବା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *