ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧା  ସେମିଫାଇନାଲରେ

ନିମାପଡା,୦୨/୦୨/୨୦୨୫ (ଓଡ଼ିଶା ସମାଚାର)-ନିମାପଡା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧୦ମ ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାରବାଟି ମିନି ଷ୍ଟାଡିଅମରେ ରବିବାର ଅପରାହ୍ନ ୩ ଘଟିକା ସମୟରେ ୪ର୍ଥ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧା ଏବଂ ନିପେନ ଏକାଦଶ କଟକ  ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିପେନ ଏକାଦଶକୁ ୦ – ୩ ଗୋଲରେ ହରାଇ ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧା ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ  ଡ଼ାଇମଣ୍ଡ ଏଫସି ଖେଳାଳି ଟିକି ନାୟକଙ୍କୁ ମ୍ୟାନ ଅଫ ଦିମ୍ୟାଚ ଭାବେ ସ୍ୱତନ୍ତ୍ର  ପୁରସ୍କୃତ କରାଯାଇଥିଲା । ଅତିଥି ଭାବେ ଆଥେଲେଟିକ ଆସୋସିଏସନ  ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ, ଶିକ୍ଷାବିତ ଜଗତ ପ୍ରସାଦ ସାବୁତ, ସମାଜସେବୀ ବିନୋଦ ବିହାରୀ ସ୍ୱାଇଁ ଏବଂ ଆଇନୀଜୀବୀ ଅଭିମନ୍ୟୁ ସ୍ୱାଇଁ ପ୍ରମୁଖ  ଯୋଗଦେଇଥିଲେ । ଖେଳ ପରିଚାଳନା କରିଥିଲେ ରେଫରି ବିଜୟ ମଙ୍ଗରାଜ,   ସହଯୋଗ କରିଥିଲେ ସୁଦୀପ୍ତ ଦାଶ ଓ ଜ୍ୟୋତି ରଞ୍ଜନ ସ୍ୱାଇଁ ଏବଂ ୪ର୍ଥ ରେଫରିଥିଲେ ସମର ବରାଳ ।

Leave a Reply

Your email address will not be published. Required fields are marked *