ଜଗତସିଂହପୁର, ୨୦/୦୪/୨୦୨୫ (ଓଡ଼ିଶା ସମାଚାର)-ଆଜି ମଣି ଚରଣ ଶାରଳା ଏକାଡେମୀ, ତିର୍ତ୍ତୋଲ ଜଗତସିଂହପୁରଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ – ଖୋ କୁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜଙ୍କ ଆଭାସି ମାଧ୍ୟମ ରେ ଶୁଭ ଉନ୍ମୋଚନ କରିଛନ୍ତି ।
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ଵାନ୍ ଭିଡ଼ିଓ କନ୍ଫରେଂଶ ହଲ୍ ରେ ଆଭାସି ମାଧ୍ୟମରେ ଆଜି ଏହି କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଶିକ୍ଷଧିକାରୀ ନିରଂଜନ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ବିଶ୍ଵ ବିଜୟିନୀ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଖୋ – ଖୋ ପ୍ରଶିକ୍ଷକ ଦେବେନ୍ଦ୍ର ନାଥ, ବିଦ୍ୟାଳୟର ଖୋ – ଖୋ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।
