ଉତ୍କଳ କଳାକାର ଏକାଡେମୀ ର ବୈଠକ ଓ କର୍ମକର୍ତା ଚୟନ

ଭୁବନେଶ୍ୱର,୨୮/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉତ୍କଳ କଳାକାର ଏକାଡେମୀ ର ରାଜ୍ୟ ବୈଠକ ଜୀହୁଵା ଗୃପ ପ୍ଲଟ ନମ୍ବର ୨୧୯ ଶହୀଦ ନଗର ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବହୁତ ନାମିଦାମୀ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରିଥିଲେ ।

ଏହି ବୈଠକରେ ଆଜି ସମସ୍ତ ଙ୍କ ମତାମତ ଅନୁସାରେ ଡଃ ଶ୍ରଦ୍ଧାଞ୍ଜଳୀ ରାଏ ଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବାବେଳେ ସମରକେତନ ଲେଙ୍କା ଙ୍କୁ ଉପସଭାପତି, ସଞ୍ଜୟ ଖଟୁଆ ଙ୍କୁ କାର୍ୟ୍ୟକାରୀ ସଭାପତି, ଲକ୍ଷ୍ମୀ ପ୍ରିୟା ମହାନ୍ତି ଙ୍କୁ ମହିଳା ଉପସଭାପତି, ଡଃ ବିନୟ ଦାସ ଙ୍କୁ ସାଧାରଣ ସମ୍ପାଦକ, ବିଚିତ୍ରାନନ୍ଦ ସ୍ୱାଇଁ ଙ୍କୁ ସହ ସମ୍ପାଦକ, ମଧୁସ୍ମିତା ବିଶ୍ୱାଳ ଙ୍କୁ କୋଷାଧ୍ୟକ୍ଷ, ସୁଭଦ୍ରା ମିଶ୍ର ଙ୍କୁ ଉପସଭାପତି, ନୃସିଂହ ନାଥ ନନ୍ଦ ଙ୍କୁ ରାଜ୍ୟ ଅଧ୍ୟକ୍ଷ, ବିଶ୍ବଭୂଷଣ ରଥ ଙ୍କୁ ସାଂସ୍କୃତିକ ସମ୍ପାଦକ, ନାଟ୍ୟକାର ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସ ଙ୍କୁ ସଙ୍ଗଠନ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା ।

ସେହିପରି ଉପଦେଷ୍ଟା ମଣ୍ଡଳୀ ରେ ଚଳଚ୍ଚିତ୍ର ଜଗତର ସୁପରିଚିତ ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଭୂପତି ତ୍ରିପାଠୀ, ଡଃ ଵିୟତପ୍ରଜ୍ଞା ଆଚାର୍ୟ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ଶତପଥୀ, ଡଃ ମୀନକେତନ ଦାସ ଙ୍କୁ ଚୟନ କରାଯାଇଥିଲା । ତତ୍ ସହିତ ଡଃ ଲକ୍ଷ୍ମୀଧର ଆଚାର୍ୟ୍ୟ ଏବଂ ଡଃ ସ୍ୱୟଂ ପ୍ରଭା ବରାଳ ମାଡାମ୍ ଙ୍କୁ ସ୍ୱାସ୍ଥ୍ୟ ସମ୍ପାଦକ ରୁପେ ଚୟନ କରାଯାଇଥିବାବେଳେ ମିଡ଼ିଆ ସେକ୍ରେଟାରୀ ରୂପେ ମୂଖ୍ୟ ଦାୟିତ୍ଵ ବନ୍ଦନା ରାଏ ଏବଂ ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ ଦିଆଯାଇଥିଲା। ବିକାଶ ଚନ୍ଦ୍ର ମଲ୍ଲିକ ଙ୍କୁ ଅଡିଟ ସେକ୍ରେଟାରୀ ରୂପେ ଚୟନ କରାଯାଇଥିଲା । ଶେଷରେ ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୈଳାସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *