କଟକ ସଦର, ୨୨/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବ ସରକାର ସମୟରେ ମାସର ଏକ ନିର୍ଦ୍ଦିଷ୍ଟ ତାରିଖ ରେ ବରିଷ୍ଠ ନାଗରୀକ, ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ କରାଯାଉଥିବା ବେଳେ ଏଵେ ତାର ବ୍ୟତିକ୍ରମ ଦେଖାଦେଇଛି। ଯାହା ଫଳରେ ହିତାଧିକାରୀ ମାନେ ଅସୁବିଧା ର ସମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେଥିରେ କିଛି ହିତାଧିକାରୀ ଙ୍କୁ ସିଧାସଳଖ ଟଙ୍କା ଦିଆଯାଉଛି । ଅଧିକାଂଶ ଙ୍କୁ ବ୍ୟାଙ୍କ୍ ଜରିଆରେ ଦିଆଯାଉଛି। ବ୍ୟାଙ୍କ୍ କୁ କେବେ ଆସୁଛି ତାହା ଜାଣିବା ପାଇଁ ବୃଦ୍ଧ/ବୃଦ୍ଧା ମାନେ ଦଉଡ଼ି ଦଉଡି ନୟାନ୍ତ ହେଉ ଥିବା ବେଳେ ବହୁ ଅସୁବିଧା ର ସମୁଖୀନ ହେଉଛନ୍ତି। ସେହିପରି ବ୍ୟାଙ୍କରେ ମଧ୍ୟ ଲମ୍ବା ଲାଇନ ରେ ଠିଆ ହୋଇ ଟଙ୍କା ଉଠାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ସରକାର ହିତାଧିକାରୀ ଙ୍କ ଅସୁବିଧା କୁ ସହୃଦୟତାର ସହିତ ଵିଚାର କରି ତୁରନ୍ତ ଏହାର ସମାଧାନ କରିବାକୁ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ନିବେଦନ କରିଛନ୍ତି।
ଭତ୍ତା ପାଇଁ ବ୍ୟାଙ୍କ୍ କୁ ଯାଇଁ ଯାଇଁ ବୃଦ୍ଧ ବୃଦ୍ଧା ହିନସ୍ତା,ହେଲେ କହିବେ କାହାକୁ ଶୁଣିବ କିଏ ?
