ସୁଶାସନ ଦିବସ ପାଳିତ

ଢେଙ୍କାନାଳ,୨୫/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି  ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ସୁଶାସନ ଦିବସ ପାଳିତ ହୋଇଯାଇଛି ।  ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ  ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ  ଆୟୋଜିତ ସ୍ମୃତି ସଭାରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ରଞ୍ଜନ ସାହୁ ବାଜପେୟୀଙ୍କ ଉତ୍ସର୍ଗୀକୃତ ଜୀବନ ଏବଂ  ଅବଦାନ ଉପରେ ଆଲୋକପାତ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନ ସହଯୋଗ, ସହାନୁଭୂତି ପୂର୍ଣ୍ଣ ଥିଲା ।ରାଷ୍ଟ୍ର ନିର୍ମାଣରେ ତାଙ୍କର ମୂଲ୍ୟବାନ ଅବଦାନ ଅବିସ୍ମରଣୀୟ  ବୋଲି ସେ ପ୍ରକାଶ କରିଥିଲେ । ବାଜପେୟୀଙ୍କ ନିର୍ଣ୍ଣାୟକ ନେତୃତ୍ୱ, ଉତ୍ତମ ଶାସନ ପ୍ରତି ପ୍ରତିବଦ୍ଧତା, ଗରିବଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରୋତ୍ସାହନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଗୁରୁତ୍ୱ ଆଧୁନିକ ଭାରତ ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି ବୋଲି ସେ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ସ୍ୱାଗତ ଭାଷଣ  ପ୍ରଦାନ କରି ସୁଶାସନ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *