ନୂଆପଡା ୨୦/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ସକାଳ ୬ ଘଂଟା ରୁ ସଂନ୍ଧ୍ୟା ୬ ଘଂଟା ପର୍ୟ୍ୟନ୍ତ ଦୋକାନ ବଜାର ବନ୍ଦ ସହ ଅଖଚକ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦ ପାଳନ ରେ ଖଡିଆଳ ବୋଡ଼େନ ଏବଂ ସିନାପାଲି ଠାରେ ମିଳିତ ଭାବେ ବନ୍ଦ ପାଲିତ ହେଉଥିବା ଜଣାପଡିଅଛି। ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ ଖୋଲିବା ନେଇ ମାନ୍ୟବର ହାଇକୋର୍ଟ ରୁ ସ୍ବୀକୃତି ପ୍ରାପ୍ତ ହୋଇଥିବା ବେଳେ ସରକାରଙ୍କ ଉଦାସୀନତା କାରଣରୁ ଖଡିଆଳ ବୋଡ଼େନ ଏବଂ ସିନାପାଲି ର ସାଧାରଣମାନେ ସମସ୍ୟା ସମ୍ମୁଖୀନ ହେଉଅଛି।ତେଣୁ ମିଳିତ ନାଗରିକ ମଞ୍ଚ ଖଡିଆଳ, ବୋଡ଼େନ ଏବଂ ସିନାପାଲି ଦ୍ବାରା ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଘୋଷଣା କରାଯାଇଥିଲା । ସେହିପରି ଆଜି ସକାଳୁ ଖଡ଼ିଆଳ ସହରରେ ବିଭିନ୍ନ ଛକ ବଜାର ମାନଙ୍କରେ ବନ୍ଦ ହେଇଥିବା ନେଇ ଜଣାପଡିଛି । ଆଜି ଏହି ବନ୍ଦ ରେ ଖଡିଆଳ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜପଥ ବନ୍ଦ ରହିଥିବା ବେଳେ ସିନାପାଲି ଏବଂ ବୋଡ଼େନ ଠାରେ ବିଜୁ ଏକ୍ସପ୍ରେସ ୱେ କୁ ମଧ୍ୟ ଅବରୋଧ କରିଛନ୍ତି।ଏହି ବନ୍ଦ ରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ କାର୍ୟ୍ୟାଳୟ,ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ,ସ୍କୁଲ କଲେଜ, ବ୍ୟାଙ୍କ୍ ବନ୍ଦ ରହିଅଛି।
ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ ପ୍ରତିଷ୍ଠା ଦାବି ନେଇ ଖଡିଆଳ,ବୋଡ଼େନ ଏବଂ ସିନାପାଲି ମିଳିତ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳିତ
