ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ସମ୍ପର୍କରେ ସଚେତନତା ଶିବିର ।

କଟକ ସଦର ,୨୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଗାମୀ ଦିନରେ ଚାଷୀମାନେ ମଣ୍ଡିରେ କିପରି ସୁଚାରୁରୂପେ ଧାନ ଦେଇପାରିବେ ସେଥିପାଇଁ ଆଜି ଗୁରୁବାର ଦିନ କଟକ ସଦର ଅନ୍ତର୍ଗତ ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ ଏକ ସଚେତନତା ଶିବିର ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମିତି ର ସଭାପତି କୈଳାସ ଚନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଏଵଂ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଶିବିରରେ ୧୫୦ ରୁ ଉର୍ଦ୍ଧ୍ବ ଚାଷୀ, ଡାଇରେକ୍ଟର ବୋର୍ଡ ମେମ୍ବର ଓ କ୍ରୟ କମିଟି ସଭ୍ୟମାନଙ୍କ ସହିତ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସୁବାସ ଚନ୍ଦ୍ର ସ୍ୱ।ଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସରକାର ଙ୍କ ମାର୍ଗ ଦର୍ଶିକା ଅନୁଯାୟୀ ପଞ୍ଜିକୃତ ସମସ୍ତ ଚାଷୀ ମାନଙ୍କ ଠାରୁ ସୁବିଧା ରେ ପୂର୍ବ ନିର୍ଦ୍ଧାରିତ ସୋମପୁର ମଣ୍ଡି ଠାରେ ଧାନ କ୍ରୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରଯାଇଥିଲା। ଯଦି କିଛି ସମସ୍ୟା ଉପୁଜେ ତାହାକୁ କ୍ରୟ କମିଟି ସଦସ୍ୟ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ତ୍ୱରିତ ସମାଧାନ କରିବେ ବୋଲି ମତପ୍ରକାଶ ପାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ପରିଡା, କେଶବ ଚନ୍ଦ୍ର ଲେଙ୍କା, ରମେଶ ଚନ୍ଦ୍ର ଶତପଥୀ, ମହମ୍ମଦ ସକିଲ, ଅକ୍ଷୟ ସାହୁ, ଶକ୍ତି ପ୍ରସାଦ ସ୍ୱାଇଁ, ଜୟରାମ ପରିଡ଼ା,ଅଜୟ ବେହେରା, ରମେଶ ପ୍ରସାଦ ନନ୍ଦ ପ୍ରମୁଖ ବହୁ ଚାଷୀ ସେମାନଙ୍କ ର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଶେଷରେ ସଂପାଦକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *