କେନ୍ଦ୍ରାପଡା,୦୧/୧୧/୨୦୨୫(ଓଡ଼ିଶା ସମାଚାର)-ଉପକୂଳବର୍ତ୍ତୀ କେନ୍ଦ୍ରାପଡାଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରାୟ ବୁଡିଯିବାକୁ ବସିଲାଣି । ଏହି କ୍ଷୁଦ୍ର ଶସ୍ୟ ଦାନା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ମନୁଷ୍ୟ ପାଇଁ ସବୁଠାରୁ ଅଧିକ ଉପଯୋଗୀ ଖାଦ୍ୟ ଭାବେ ଏବେ ପରିଗଣିତ ହେଉଛି । ଏଣୁ ଏହା ଉପରେ ଜନସାଧାରଙ୍କ ଚାହିଦା ଅଧିକ ବଢିଯାଇଛି । ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ଶ୍ରୀ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ଓ ମାଣ୍ଡିଆ ଚାଷ କରୁଥିବା ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦେଇ ଏହି ଚାଷ ପ୍ରତି ଆକୃଷ୍ଟ କରାଉଛନ୍ତି । ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଳକ ରୁ ୧୯୩ଜଣ ଚାଷୀ ଓ ଡେରାବିଶ ବ୍ଲକରୁ ୨୦୧ଜଣ ଚାଷୀ ୧୩୬ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଛନ୍ତି ।
ସେମାନଙ୍କୁ ରାଜ୍ୟ କୃଷି ବିଭାଗ, ଶାନ୍ତିମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନ, ୱାସନ ଓ ଫାର୍ମର୍ସ ପ୍ରଡୁସର କମ୍ପାନୀ ତରଫରୁ ମିଳିତ ସହଯୋଗରେ ସହାୟତା ପ୍ରଦାନ କରାଯାଉଛି । ନଭେମ୍ବର ସାତ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳନ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ମଲ୍ଲିକ,ଉପ ପ୍ରକଳ୍ପ ନିର୍ଦେଶକ ଶ୍ରୀ ନିରଞ୍ଜନ ରାଉତ,କେ ନ୍ଦ୍ରାପଡା କୃଷି ଅଧିକାରୀ ଶ୍ରୀମତୀ ବିନ୍ଦୁଶ୍ରୀ ବିପିନ ବାଳା,ଡେରାବିଶ କୃଷି ଅଧିକାରୀଶ୍ରୀ ଆଶୁତୋଷ ସାହୁ,କେନ୍ଦ୍ରାପଡା ସହକାରୀ କୃଷି ଅଧିକାରୀ ପ୍ରିୟମ୍ବଦା ନାୟକ,ଶାନ୍ତିମୈତ୍ରୀ ର ସମ୍ପାଦକ ଶ୍ରୀ ଭଗବାନ ଜେନା,କୃଷି ଉତ୍ପାଦକ ସଂଘ ନିର୍ଦେଶକ ବିଶ୍ୱଜିତ ପରିଡା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସ୍ବସ୍ତି ସୁନ୍ଦର ଜେନା, ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ହିସାବ ରକ୍ଷକ ଶ୍ରୀମତୀ ମୋନାଲିସା ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳନ ସମ୍ପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏହାକୁ ସଫଳ କରିବା ପାଇଁ ଶାନ୍ତିମୈତ୍ରୀ ର ସମ୍ପାଦକ ଶ୍ରୀ ଭଗବାନ ଜେନା ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶ୍ରୀ ଅନ୍ନ ଯୋଜନାରେ ସମ୍ପୃକ୍ତ ଥିବା ସରୋଜ କୁମାର ସାହୁ, ଦିବ୍ୟଜ୍ୟୋତି ମଲ୍ଲ, ସାଗର ପରିଡା ଆକାଶ ମହାପାତ୍ର, ଉମାଶଙ୍କର ସାହୁ, ସ୍ମିତାରାଣୀ ସ୍ୱାଇଁ, ରାଜରାଣୀ ଦେହୁରୀ, ସସ୍ମିତା ବାରିକ, ସୁବ୍ରତ ସାହୁ ପ୍ରମୁଖ ପ୍ରସ୍ତୁତି ବୈଠକ ସଂଚାଳନରେ ସହଯୋଗ କରିଥିଲେ ।
