କେନ୍ଦ୍ରାପଡ଼ା, ୨୪/୧୨/୨୦୨୫(ଓଡ଼ିଶା ସମାଚାର)- ଜିଲାସ୍ତରୀଯୁବ ମହୋତ୍ସବରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବରେ ଯୋଗଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି । ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରୁ ୩୧ ଜଣ ପ୍ରତିଯୋଗୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଯାଇଛନ୍ତି ।
ଆଜି ସକାଳେ ଜିଲାପାଳ ରଘୁରାମ ଆର. ଆୟର ପ୍ରତିଯୋଗୀ ମାନଙ୍କୁ ଯାତ୍ରା ପୂର୍ବରୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି । ଜିଲାପାଳ ଶ୍ରୀ ଆୟର ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୨୪ ଡିସେମ୍ବରରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
