ପଂଚମ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୫/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦ୍ ସ୍ଥିତ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ପଂଚମ ବାର୍ଷିକ ଜାତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଏକ ପ୍ରସ୍ତୁତି ବୈଠକ ମାଧପୁର ଅମରଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ବିଶିଷ୍ଟ ଫୁଟବଲ ଖେଳାଳୀ ସ୍ୱର୍ଗତ ଅବଦୁଲ କରିମ୍ ଖାନ୍ ଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆଗାମୀ ଫୁଟବଲ ଟୁର୍ଣ୍ଣାମେଂଟ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ପ୍ରଥମେ ବାର୍ଷିକ ବିବରଣୀ ଉପସ୍ଥାପନ କରାଯାଇଥିଲା । ଆସନ୍ତା ଜାନୁଆରୀ ମାସରେ ପ୍ରତିବର୍ଷ ଭଳି କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡିଆରେ ୭ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ବଛା ବଛା ୮ଟି ଟିମ ଅଂଶଗ୍ରହଣ କରିବେ । ଏହି ଫୁଟବଲ ଟୁର୍ଣ୍ଣାମେଂଟର ଚମ୍ପିୟନ ଦଳକୁ ୩୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ଓ ରନର୍ସ ଅପ୍ ଦଳକୁ ୨୧ହଜାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଟୁର୍ଣ୍ଣାମେଂଟରେ ୪ଟି କ୍ୱାଟର ଫାଇନାଲ, ୨ଟି ସେମି ଫାଇନାଲ ସହ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହାପରେ ସର୍ବସମ୍ମତିକ୍ରମେ କ୍ଲବର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମହମ୍ମଦ ସଲିମ ଖାନ୍ ଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇ ତାଙ୍କୁ ପୁନର୍ବାର କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବେ ମହମ୍ମଦ ନିଆଜ୍ (ମତୁ), ସାଧାରଣ ସମ୍ପାଦକ ଭାବେ ସେକ ସାହାବୁଲ୍ଲା, ଉପସଭାପତି ଭାବେ ସେକ ସଫାତୁଲ୍ଲା, ମହମ୍ମଦ ଇବ୍ରାହିମ ଖାନ୍, ଆଇନଜୀବୀ ଅକିଲ ଅହେମଦ୍, ସେକ ଫରିଦ୍, ସମିଉଲ୍ଲା ଖାନ୍ ଓ ବୁରାନ ଅଲ୍ଲୀ, ସମ୍ପାଦକ ଭାବେ ମୀର ଜରାର୍, ମୀର ଆବୁସୋମା, ଅୟାଜ ମହମ୍ମଦ୍, ମୀର ଆସିର, ମୀର ସଲିମ୍, କଲିମ ଖାନ୍ ଙ୍କୁ ଓ କୋଷାଧ୍ୟକ୍ଷ ଭାବେ ସେକ ମୁସ୍ତାକ୍ ଏବଂ ମହମ୍ମଦ ଆଝାରୁଦ୍ଧିନ ଙ୍କୁ ନିର୍ବାଚିତ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ କ୍ଲବର ଉପଦେଷ୍ଟା ସେକ ଲିୟାକତ ଅଲ୍ଲୀ, ମୀର ଫାରୁକ, ମୀର ବକାଉଲ୍ଲା, ଜାହିଦ୍ ଖାନ୍, ସେକ କମିରୁଦ୍ଧିନ୍, ମହମ୍ମଦ ଆଝାର, ଇସମାଈଲ ଖାନ୍, ମାସୁମ ଖାନ୍, ଅହେମଦ ଅଲ୍ଲୀ, ସୟଦ ଅକମଲ ଅଲ୍ଲୀ, ସଦସ୍ୟ ମୀର ମହମ୍ମଦ ଅମୀର, ସେକ ଆଦିଲ, ମୋତି ଖାନ୍, ସେକ ଇମ୍ରାନ, ସେକ ଖଲିଲ, ମୀର ସଲାମତ୍, ଜମିଲ ଅହେମଦ୍, ସେକ ରମଜାନୀ, ମୁନା ଖାନ୍, ସେକ ରିୟାଜତ ଅଲ୍ଲୀ, ସେକ ଫାହାନ,ସେକ କୁତବୁଦ୍ଧିନ, ଟୁକୁ, ସମସୁର ଅଲ୍ଲୀଖାନ୍ ଓ ସେକ ଆରିଫ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସେକ ସଫାତୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *