ବିବେକାନନ୍ଦ ଶିଶୁ ମନ୍ଦିର ର ୨୫ ତମ ବାର୍ଷିକ ଉତ୍ସବ

“ଆଦର୍ଶ ମଣିଷ ଗଢ଼ିବା ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ହେବା ଆବଶ୍ୟକ”

ଭୁବନ ୨୨/୧୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ୨୫ ତମ ବାର୍ଷିକ କ୍ରୀଡା ଓ ବାର୍ଷିକୋତ୍ସବ ( ରୌପ୍ୟ ଜୟନ୍ତୀ ) ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ବତନ ସରପଞ୍ଚ ନଟବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷବାର୍ଷିକ ରୌପ୍ୟ ଜୟନ୍ତୀ ଉତ୍ସବ ରେ ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷାଦାନ ସହିତ ପିଲାମାନଙ୍କୁ ଆଦର୍ଶ ମଣିଷ ଭାବେ ଗଢି ତୋଳିବା ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ହେବା ଆବଶ୍ୟକ” ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଧର୍ମାନନ୍ଦ ବରାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାବକ ମାନେ ପିଲାଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କ ରୁଚି କୁ ଗୁରୁତ୍ଵ ଦେବା ଉଚିତ୍ ବୋଲି କହିଥିଲେ ।

ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବ୍ୟଙ୍ଗ କବି ଗଜେନ୍ଦ୍ର କୁମାର ନାୟକ, କଙ୍କଡ଼ାହାଡ଼ କନ୍ଧରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଵିଜୟ କୁମାର ନାୟକ, ପୂର୍ବତନ ଵିଆରସିସି ମାୟାଧର ଯେନା, ପୂର୍ବତନ ସରପଞ୍ଚ ଶ୍ରୀମତୀ ଖୁଲଣା ରାଉତ, ଆରୋଗ୍ୟ କେନ୍ଦ୍ର ସେବାଧିକାରିଣୀ ଶ୍ରୀମତୀ ସୁଭଦ୍ରା ବେହେରା, ପୂର୍ବତନ ପୋଲିସ ଅଫିସର ଅଦୈତ ସାହୁ, ସିଆରସିସି ରାଜୀବ ଲୋଚନ ସାହୁ, ଚନ୍ଦ୍ରଶେଖର ସ୍ବାଇଁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।

ଦୀର୍ଘ ୨୫ ବର୍ଷ କାଳ ବହୁ ଘାତ ପ୍ରତିଘାତ ଦେଇ ବିବେକାନନ୍ଦ ଶିଶୁ ମନ୍ଦିର କୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରିଥିବା ସମ୍ପାଦକ,ଶିକ୍ଷକ ତଥା ଜନକ ଭୂମିକାରେ ଅବତୀର୍ଣ୍ଣ ହୋଇ ଗଢି ତୋଳିଥିବା ପାରିମାଳ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣିଙ୍କୁ ସମସ୍ତ ଅତିଥି ଭୂୟସୀ ପ୍ରଶଂସା କରିଥିଲେ। ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନୁଷ୍ଠାନର ବରିଷ୍ଠ ଗୁରୁମା ନିରୁପମା ନାୟକ, ପ୍ରତିମା ରାଉତ, ରଶ୍ମିତା ବେହେରା, ସ୍ୱାଗତିକା ଯେନା,ସଙ୍ଘମିତ୍ରା ଦାସ , ଅହଲ୍ୟା ବାରିକ,ଇନିବାଳା ଭୂତିଆ,ସ୍ନେହାଞ୍ଜଳି ବେହେରା , ରଶ୍ମିତା ବାରିକ, ଓ ଧାତ୍ରୀ ମିନତି ଲେଙ୍କା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *