ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି :ମନ୍ତ୍ରୀଶ୍ରୀସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର,୩୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆମ ସରକାର ଅଗ୍ରାଧିକାର ଦେଉଛନ୍ତି । ସେଥିପାଇଁ ସରକାର ଗଠନର କିଛିଦିନ ବ୍ୟବଧାନ ମଧ୍ୟରେ ଏ କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଲାଣି । ଆଜି ରାଜଭବନ ସନ୍ନିକଟ ସରକାରୀ ପଲିଟେକ୍‌ନିକ୍‌ କଲେଜରେ ଆୟୋଜିତଏକ ଭବ୍ୟ ସମାରୋହରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଆଜି ଯେଉଁ ତିନିଗୋଟି କାର୍ଯ୍ୟକ୍ରମ ଯଥା- ପଲିଟେକ୍‌ନିକ୍ସର୍ୟାଙ୍କିଂ, ସମନ୍ୱିତ େୱବ୍‌ ସାଇଟ୍‌ ଓ ସରକାରୀ ପଲିଟେକ୍‌ନିକ୍ସରେ ଜୀବନ ଦକ୍ଷତା ପ୍ରଶିକ୍ଷଣର ଉଦ୍‌ଘାଟନ କରାଯାଇଛି ତା’ର ଉପାଦେୟତା ଅତ୍ୟନ୍ତ ଗୁରୁତର ।

        ପଲିଟେକ୍‌ନିକ୍ସର୍ୟାଙ୍କିଂଏକ ଯୁଗୋପଯୋଗୀ ପଦକ୍ଷେପ । ଏହା ଦ୍ୱାରା ବିଭିନ୍ନ ପଲିଟେକ୍‌ନିକ୍ସ ମୁଖ୍ୟତଃ ୧୩୨ ଗୋଟି ପଲିଟେକ୍‌ନିକ୍ସ ମଧ୍ୟରେ ପ୍ରତିଯୋଗିତା ହୋଇଛି । ନ୍ୟାବେଟ୍‌ (ନ୍ୟାସନାଲ୍‌ ଆକି୍ରଡିଏସନ୍‌ ବୋର୍ଡ ଫର ଏଜୁକେସନ୍‌ ଆଣ୍ଡ ଟ୍ରେନିଂ) ସହାୟତାରେଏହିର୍ୟାଙ୍କିଂ କରାଯାଇଛି । ଏଥିରେ ସିଧାସଳଖ ଛାତ୍ରଛାତ୍ରୀମାନେ ଉପକୃତ ହେବେ । ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ, କର୍ମଶାଳା, ଶିକ୍ଷାଦାନ, ପ୍ରଶିକ୍ଷଣ, ଶିକ୍ଷକ-ଶିକ୍ଷୟିତ୍ରୀଅନୁପାତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଚାକିରିରେ ଅବସ୍ଥାପିତ ସମ୍ବନ୍ଧରେ ତୁଳନାତ୍ମକ ବିବରଣୀ ପ୍ରାପ୍ତ ହେବାସହ ଆଶାନୁରୂପ ଫଳାଫଳ ପ୍ରଦର୍ଶନ କରୁଥିବା ପଲିଟେକ୍‌ନିକ୍ସକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶାରଏହି ପଲିଟେକ୍‌ନିକ୍ସର୍ୟାଙ୍କିଂ ଭାରତରେ ପ୍ରଥମ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହା ବ୍ୟତୀତ ଏକ ସମନ୍ୱିତ େୱବ୍‌ ସାଇଟ୍‌ କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ପୂର୍ବରୁ ଏହା ଭିନ୍ନ ଭିନ୍ନ ଆକାରରେ ଏକକ େୱବ୍‌ ସାଇଟ୍‌ ଭାବରେ ଥିଲା । କିନ୍ତୁ ଏହାକୁସମନ୍ୱିତ କରାଯାଇଛି । ଏହା ଦ୍ୱାରା ଗୋଟିଏ େୱବ୍‌ ସାଇଟ୍‌ରୁ ବିଭିନ୍ନ  ଅନୁଷ୍ଠାନ ଯଥା-ସିପିସି (ସେଣ୍ଟ୍ରାଲ ପ୍ଲେସ୍‌ମେଣ୍ଟ ସେଲ୍‌), ଡିଏସ୍‌ଡିଇ (ଡାଇରେକଫରଅଫ୍‌ସ୍କିଲ୍‌ ଡେଭଲପ୍‌ମେଣ୍ଟ ଏଣ୍ଡ ଏଣ୍ଟପି୍ରନୁ୍ୟରସିପ୍‌), ଡିଟିଇଟି (ଡାଇରେକଫର ଅଫ୍‌ ଟେକ୍‌ନିକାଲଏଜୁକେସନ୍‌ଏଣ୍ଡ ଟ୍ରେନିଂ), ଏସ୍‌ସିସିପିଏଣ୍ଡ ଭିଟି (ଷ୍ଟେଟ୍‌ କାଉନ୍‌ସିଲ୍‌ ଅଫ୍‌ ଟେକ୍‌ନିକାଲ ଏଜୁକେସନ୍‌ ଏଣ୍ଡ ଟ୍ରେନିଂ) ତଥ୍ୟ ପାଇପାରିବେ ଓ ତଥ୍ୟ ପ୍ରଦାନ କରିପାରିବେ । ପୂର୍ବରୁ ଯେଉଁ ଅସୁବିଧାସୃଷ୍ଟି ହେଉଥିଲା ତାହାଆଉ ହେବନାହିଁ ।

       ଆଜି   ସମାରୋହରେ ତୃତୀୟ ପଦକ୍ଷେପ ଭାବରେ ସରକାରୀ ପଲିଟେକ୍‌ନିକ୍ସରେ ଜୀବନ ଦକ୍ଷତା ପ୍ରଶିକ୍ଷଣ ଆପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ମ୍ୟାକ୍‌ମିଲନ୍‌ ସହଭାଗିତାରେ ୨୦୨୪-୨୫ ଆର୍ଥିକ ବର୍ଷରୁ ପଲିଟେକ୍‌ନିକ୍ସର ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ଏହି ଜୀବନ ଦକ୍ଷତା କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ କରିବା ପାଇଁ ନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ଆତ୍ମବିଶ୍ୱାସ ଓ ସାମର୍ଥ୍ୟ ସୃଷ୍ଟି କରିବ । ଏଥିରେ ଆଇଟିଆଇ, ପଲିଟେକ୍‌ନିକ୍‌ ସହ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭକରିପାରିବେ । କହିବାକୁ ଗଲେcଛାତ୍ରଛାତ୍ରୀମାନଙ୍କcଜୀବନକୌଶଳ ପରୀକ୍ଷଣ ଆଜିଠାରୁ ପଲିଟେକ୍‌ନିକ୍ସରେ ପ୍ରବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

        ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ନିର୍ଦ୍ଦେଶକ ଦକ୍ଷତା ବିକାଶଶ୍ରୀ ରେଘୁଜୀ, ନିର୍ଦ୍ଦେଶିକା ବୈଷୟିକଶିକ୍ଷା ଓ ନିଯୁକ୍ତି ଶ୍ରୀମତୀ ରଶ୍ମିତା ନାୟକ, ପଲିଟେକ୍‌ନିକର୍ୟାଙ୍କିଂର    ସିଇଓ ଓ ପଲିଟେକ୍‌ନିକ୍ସ ସଫ ଫସ୍କିଲିଂନ୍ୟାବେଟ୍‌ସିଇ     ଓ ମ୍ୟାକ୍‌ମିଲନ, ଓକାକ୍‌ ଓ ଲୁମିନସ୍‌ଇନ୍‌ଫୟେସ୍‌ ର ସିଇଓ, ବିଭିନ୍ନ ସରକାରୀ ଓ ବେସରକାରୀ ପଲିଟେକ୍‌ନିକ୍ସର ଅଧ୍ୟକ୍ଷ, ଅଧ୍ୟକ୍ଷା, ପ୍ରାଧ୍ୟାପିକା ପ୍ରଭୃତି ଯୋଗଦେଇଥିଲେ । ପ୍ରଥମ ୧୦ଗୋଟି ପଲିଟେକ୍‌ନିକ୍ସର୍ୟାଙ୍କିଂରେ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଂଜିନିୟରିଂ ପ୍ରଥମ ହୋଇଥିବା ବେଳେ କିଟ୍‌ ପଲିଟେକ୍‌ନିକ୍ସ ଦ୍ୱିତୀୟ ଓ ଆଉ ୫ ଗୋଟି ସରକାରୀ ପଲିଟେକ୍‌ନିକ୍ସ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *