କେନ୍ଦ୍ରାପଡ଼ା, ୦୭/୦୯/୨୦୨୫(ଓଡ଼ିଶା ସମାଚାର)- ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଇଛାପୁର ହାଇସ୍କୁଲ ପରିସରରେ ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ଭଦ୍ରଙ୍କୁ ଉତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିଛନ୍ତି ।
ଶ୍ରୀମତୀ ଭଦ୍ର ଜଣେ ଛାତ୍ରବତ୍ସଳ, ପରୋପକାରୀ ଓ ମିଷ୍ଟଭାଷି ଶିକ୍ଷୟିତ୍ରୀ ରୂପେ ଡେରାବିଶ ବ୍ଲକରେ ପରିଚିତ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପୁରସ୍କାର ପାଇବା ପଛରେ ତାଙ୍କର ପିତାମାତା, ଶଶୁର,ଶାଶୁଙ୍କ ଆଶ୍ରିର୍ବାଦ ସ୍ୱାମୀଙ୍କ ସାହସ ଓ ପ୍ରେରଣା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରେରଣା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ, ବନ୍ଧୁ ଓ ଶୁଭେଛୁମାନଙ୍କର ଉତ୍ସାହ ରହିଛି । ଏହି ପୁରସ୍କାର ପାଇଥିବାରୁ ଶ୍ରୀମତୀ ଭଦ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଛୁମାନେ ଅଭିନନ୍ଦନ ଜଣାଇଛନ୍ତି ।
