ମାହାଙ୍ଗା ୨୨/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କିଣା ପଡିଆ ରାମ ବାବାଙ୍କ ଆଶ୍ରମରେ ବାବାଜୀ ରାମଚନ୍ଦ୍ର ଦାସଙ୍କ ନବମ ବାର୍ଷିକ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାବାଜୀ ରାମଚନ୍ଦ୍ର ଦାସ ମହାରାଜ ଜଣେ ନିଷ୍କାମ ପୁରୁଷ ଥିଲେ । ଆତ୍ମ ପରମାତ୍ମା,ପିଣ୍ଡ ବ୍ରହ୍ମାଣ୍ଡ ଶୂନ୍ୟବାଦ, ଯୋଗ ଧ୍ୟାନ ଧାରଣା ସମ୍ପର୍କରେ ଏହି ସାଧୁ ଲୋକମାନଙ୍କୁ ସଚେତନ କରାଉଥିଲେ । ବାବାଙ୍କ ଉଦ୍ୟମ ଯୋଗୁଁ ଆଶ୍ରମ ଭିତରେ ବ୍ୟାପକ ବୃକ୍ଷ ରୋପଣ, ସତସଙ୍ଗ ଏବଂ ବିଭିନ୍ନ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ସମ୍ପାଦନ କରିବା ଦେଖିବାକୁ ମିଳୁଥିଲା ।
ଚଳିତ ବର୍ଷ ଏହି ସାଧୁଙ୍କ ଅମ୍ଲାନ ସ୍ମୃତିକୁ ଉଜ୍ଜୀବିତ କରିବାକୁ ଯାଇ ତାଙ୍କ ଅନୁଗାମୀ ମାନେ ବାବାଙ୍କ ନବମ ବାର୍ଷିକ ମହାପ୍ରୟାଣ ଉତ୍ସବ ପାଳନ କରିଥିଲେ । ସମାଧି ସ୍ଥଳୀରେ ପୂଜାର୍ଚ୍ଚନା,ସନ୍ଥ ଅରକ୍ଷିତ ଦାସଙ୍କ ବିରଚିତ ନାମ ରହସ୍ୟ ଭଜନ,ହରିନାମ ସଂକୀର୍ତ୍ତନ, ଆଶ୍ରମ ପରିସର ହରିହାଟରେ ପ୍ରସାଦ ସେବନ କାର୍ୟ୍ୟକ୍ରମରେ ବାବାଙ୍କ ବହୁ ଅନୁଗାମୀ ଯୋଗଦେଇଥିଲେ ।

ସାମାଜିକ କର୍ମୀ ଅଖିଳେଶ ମହାନ୍ତି, ପ୍ରଧାନଶିକ୍ଷକ ପ୍ରତାପ ନାୟକ, ପୂର୍ବତନ ସରପଞ୍ଚ ସୁବାସ ବେହେରା, ସୁରେଶ ବାବା, ଭରତ ଚନ୍ଦ୍ର ନାୟକ, ଲକ୍ଷ୍ମଣ ନାୟକ,କ୍ଷୀରୋଦ ନାୟକଙ୍କ ସମେତ ବାବାଙ୍କ ଅନୁଗାମୀ ଉମାକାନ୍ତ ଦେ,ନାରାୟଣ ସ୍ୱାଇଁ, କଳ୍ପତରୁ ଜେନା,ଧରଣୀ ନାୟକ,ପ୍ରଫୁଲ୍ଲ ସାମଲ, ବୃନ୍ଦାବନ ସ୍ୱାଇଁ,ଗୌର ସେଠୀ,ମଙ୍ଗୁ ନାୟକ, ହରେକୃଷ୍ଣ ନାୟକ, ଅରକ୍ଷିତ ନାୟକ, ସୁବାସ ରାଉତ,ଆଦିକନ୍ଦ ଦାସ, ଭରତ ଘଡେଇ, ରଥ ଘଡେଇ, ମକୁ ଦାସ, ନିଗମାନନ୍ଦ ପଣ୍ଡା, ପ୍ରକାଶ ପଣ୍ଡା, ଶୁକଦେବ ଦାସ ଏବଂ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ହୋଇ ସ୍ବର୍ଗୀୟ ରାମଚନ୍ଦ୍ର ଦାସ ମହାରାଜାଙ୍କ ସମାଧିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।
